ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଘରେ ଦରିଦ୍ରତାର କାରଣ ହୋଇଥାଏ ଏହି ୬ ଟି ଜିନିଷ, ଘରକୁ କରିଦିଏ ବର୍ବାଦ

0

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ବାସ୍ତୁ ର ଆମ୍ଭ ଜୀବନରେ ଗଭୀର ପ୍ରଭାବ ପଡିଥାଏ । କେଉଁ ବସ୍ତୁ ଟି କେଉଁ ଠାରେ ରଖିବା ଉଚିତ ଅଥବା ଘରେ କେଉଁ ବସ୍ତୁ ଟି କେଉଁଠାରେ ରଖିବା ଆବଶ୍ୟକ ? ଅଥବା ଘରର ନିର୍ମାଣ କେଉଁ ପ୍ରକାରରେ ହେବା ଆବଶ୍ୟକ ? ଏହି ସବୁ କଥା ବାସ୍ତୁ ଶାସ୍ତ୍ର ରେ କୁହାଯାଇଅଛି । ଏହା ସହିତ ଘର ଭିତରେ କିଛି ଏହିଭଳି ଜିନିଷ ଲାଗି ରହିଥାଏ ଯାହା ଦ୍ଵାରା ଅଶୁଭତା ଏବଂ ନକାରାତ୍ମକତା ଲାଗି ରହିଥାଏ । ଏହାଦ୍ଵାରା ପରିବାରର ସୁଖ ସମୃଦ୍ଧି ନଷ୍ଟ ହେବା ସହିତ ଧନ ସମ୍ବନ୍ଧିତ ସମସ୍ୟା ର ସମାଧାନ କରିବାକୁ ହୋଇଥାଏ । ବାସ୍ତୁ ଶାସ୍ତ୍ର ରେ ଘର ସହିତ ଜଡିତ ସମସ୍ତ କାର୍ଯ୍ୟ କୁ କରିବାର ପ୍ରୟୋଗ ସମ୍ବନ୍ଧରେ କୁହାଯାଇଅଛି । ଆସନ୍ତୁ ସେହି ସମସ୍ତ ଘଟଣା ସମ୍ବନ୍ଧରେ ଜାଣିନେବା । ନଳରୁ ପଡୁଥିବା ପାଣି । ଅଧିକାଂଶ ଘରେ ନଳରୁ ପାଣି ଟପକୁଥିବାର ନଜର ଆସିଥାଏ । ଏହାଦ୍ଵାରା ଆପଣଙ୍କ ଆର୍ଥିକ ସ୍ଥିତି ଉପରେ ଏହାର ପ୍ରଭାବ ପଡିଥାଏ । ଘରେ ନକାରତ୍ମକତା ର ମଧ୍ୟ ପ୍ରଭାବ ଲାଗି ରହିଥାଏ । ଏହି କଥାର ଆପଣ ଧ୍ୟାନ ରଖନ୍ତୁ । ଯେଉଁ ଘରେ ଏଭଳି ସ୍ଥିତି ରହିଥାଏ ସେହି ଘରେ ମାତା ଲକ୍ଷ୍ମୀ ରହି ନଥାନ୍ତି । ଘରେ ଭାଙ୍ଗି ଯାଇଥିବା କାଚ ପାତ୍ର । ଯେଉଁ ଘରେ ଭାଙ୍ଗି ଯାଇଥିବା କାଚ ପାତ୍ର ରହିଥାଏ, ତାହା ରାହୁକାଳ ହୋଇଥାଏ ।

ଯାହା ଆପଣଙ୍କୁ ପୀଡା ଦେବା ସହିତ ଆପଣଙ୍କର ଆର୍ଥିକ ଅବସ୍ଥା କ୍ଷୟ କରିଥାଏ । ଯଦି ଆପଣଙ୍କ ଘର କାନ୍ଥ ଫାଟି ଯାଇଅଛି ତେବେ ତାହା ଆପଣଙ୍କ ନିମନ୍ତେ ଉଚିତ ନୁହେଁ । ଏହି ସବୁ ବାସ୍ତୁ ଦୋଷ ର କାରଣ ହୋଇଥାଏ । ଘରେ ପକ୍ଷୀ ର ବସା ଦେଖାଯିବା । ଘରର ଛାତରେ ଅଥବା ଯେ କୌଣସି ସ୍ଥାନରେ କୌଣସି ପକ୍ଷୀ ର ବସା ରହିଥାଏ ତେବେ ତାହା ଅଶୁଭ ହୋଇଥାଏ ଏବଂ ଘରକୁ ଦାରିଦ୍ର୍ୟ କୁ ଆମନ୍ତ୍ରିତ କରି ଆଣିଥାଏ । ନିକଟ ଭବିଷ୍ୟତରେ ଆର୍ଥିକ ପରିସ୍ଥିତି ର ସମସ୍ୟା ଆସିଥାଏ । ଏହା ନକାରାତ୍ମକ ର ପ୍ରଭାବ ପକାଇଥାଏ । ଘରେ ଯଦି ବୁଢିଆଣୀ ଜାଲ ଦେଖାଯାଏ ତେବେ ତାହା ନକାରାତ୍ମକ ପ୍ରଭାବ ପକାଇ ଥାଏ ଏବଂ ଶନି ଙ୍କ ପ୍ରଭାବ ପକାଇ ଥାଏ ।

ଘରେ ବନ୍ଧ ଘଡି ଅଥବା ଫଟା ଜୋତା କିମ୍ବା ଚପଲ ରହିଥାଏ ସେମାନଙ୍କ ଘରେ ଶନିଦଶା ପଡିଥାଏ । ଆପଣ ଯେତେ ଧନ ଅର୍ଜନ କରିଲେ ମଧ୍ୟ ଆପଣଙ୍କୁ ତାହା ନିଅଣ୍ଟ ହେବ । ଯଦି ଆପଣ ନିଜ ଘରୁ ଦାରିଦ୍ର୍ୟତାକୁ କୁ ଦୂର କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହି ସବୁ ବିଶେଷ କଥା ପ୍ରତି ଧ୍ୟାନ ଦିଅନ୍ତୁ ।

Leave a comment