ପଶ୍ଚିମବଙ୍ଗରେରେ ଟ୍ରେନ ଟ୍ରାଜେଡି; ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

0

ପଶ୍ଚିମବଙ୍ଗରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ କାଞ୍ଚନଜୁଙ୍ଗା ଏକ୍ସପ୍ରେସର ଲୋକୋ ପାଇଲଟଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଏହାସହ ଅନ୍ୟ ୫ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ୨୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଏବେବି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଗ୍ୟାସ୍ କଟରରେ ବଗି ଗୁଡିକୁ କାଟି ଉଦ୍ଧାର କରାଯାଉଛି ।

ଏନେଇ ସୂଚନା ଦେଇଛନ୍ତି କୁରସିଓଙ୍ଗର ଆଡିସନାଲ ଏସପି ଓ ଏନଡିଆରଏଫର କମାଣ୍ଡିଙ୍ଗ ଅଫିସର ।

ନ୍ୟୁ ଜଲପାଇଗୁଡ଼ି ରଙ୍ଗପାଣି ଷ୍ଟେସନ ନିକଟରେ କାଞ୍ଚନଜଙ୍ଗା ଏକ୍ସପ୍ରେସ ଓ ମାଲଗାଡ଼ି ମଧ୍ୟରେ ଧକ୍କା ହୋଇଛି । କାଞ୍ଚନଜଙ୍ଗା ଏକ୍ସପ୍ରେସ କୋଲକାତା ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ ହୋଇଯାଇଛି

Leave a comment