କୋଷ୍ଠକାଠିନ୍ୟକୁ ଦୂର କରିବାକୁ ଚାହୁଁଛନ୍ତି କି ? ଖାଆନ୍ତୁ ଏହି ଫଳ
ପିଜୁଳି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଜାଣିଛନ୍ତି ଏହା କେବଳ ପାଟିକୁ ସୁଆଦିଆ ନୁହେଁ। ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ। ପିଜୁଳିରେ ଭିଟାମିନ୍-ଏ, ସି, ପୋଟାସିୟମ୍, ଫାଇବର, କାର୍ବୋହାଇଡ୍ରେଟ୍, ଭିଟାମିନ-ବି୨, ଭିଟାମିନ-ଇ, ଭିଟାମିନ-କେ ଭରପୂର ମାତ୍ରାରେ ରହିଛି । ଏହାସହ ଏଥିରେ ଫଲିକ ଏସିଡ, କ୍ୟାଲସିୟମ, ଫାଇବର, ପୋଟାସିୟମ, କପର ଓ ମାଙ୍ଗାନିଜର ତତ୍ତ୍ୱ ରହିଛି।
ଏହାଛଡ଼ା ପାଚିଲା ପିଜୁଳିରେ ପୌଷ୍ଟିକ ତତ୍ତ୍ୱ ଅଧିକ ଥାଏ। ଏହା ହିମୋଗ୍ଳୋବିନ୍ ମାତ୍ରାକୁ ମଧ୍ୟ ବୃଦ୍ଧି କରେ। ପ୍ରତିଦିନ ଗୋଟିଏ ପିଜୁଳି ଶରୀରକୁ ଚାରିଗୁଣା ଭିଟାମିନ୍ ଯୋଗାଇଥାଏ। ତେବେ ପିଜୁଳି ଖାଇବା ଦ୍ୱାରା କି କି ଉପକାର ମିଳିଥାଏ ଆସନ୍ତୁ ଜାଣିବା। ଲେମ୍ବୁ ଏବଂ କମଳା ତୁଳନାରେ ପିଜୁଳିରେ ୪ ରୁ ୧୦ଗୁଣା ଅଧିକ ଭିଟାମିନ୍ ସି ଥାଏ । ଭୋଜନ ପରେ ପିଜୁଳି ଖାଇଲେ କୋଷ୍ଠକାଠିନ୍ୟ ଭଳି ରୋଗରୁ ମୁକ୍ତି ମିଳିଥାଏ। ଖରାଦିନେ ପିଜୁଳି ପେଟ ଥଣ୍ଡା ରଖେ। ତେଣୁ ଖରା ଦିନରେ ପ୍ରତିଦିନ ୨-୩ଟି ପିଜୁଳୀ କିମ୍ବା ପିଜୁଳି ଜୁସ ପିଇଲେ ଭଲ।
Related Posts