ଦୁଇଦିନିଆ ବର୍ଷା ସମ୍ଭାବନା ନେଇ ଜାରିହେଲା ୟେଲୋ ୱାର୍ଣ୍ଣିଂ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତାକାଲି ଠାରୁ ୨ ଦିନ ପଶ୍ଚିମା ବାୟୁ ପ୍ରବାହରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଝାରସୁଗୁଡା, ସୁନ୍ଦରଗଡ଼, ଦେଓଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜରେ ଆସନ୍ତାକାଲି ବର୍ଷା ହେବା ନେଇ ରାଜ୍ୟ ପାଣିପାଗ ବିଭାଗ ଆକଳନ କରିଛି ।
ସେହିପରି ଅନୁଗୋଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଂଜାମ, କନ୍ଧମାଳରେ ଘନ କୁହୁଡି ପରିଲକ୍ଷିତ ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ତେବେ ଆସନ୍ତା ୨ ଦିନ ମଧ୍ୟରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ପରେ ୧୧ ତାରିଖରୁ ପୁଣି ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି ।
ଅପରପକ୍ଷରେ ଆଜିଠୁ ରାଜ୍ୟରେ ଅନୁଭୂତ ହେବ ଘନ କୁହୁଡି (Severe Fog) । ଏହାକୁ ନଜରରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୯ରେ ଆଭ୍ୟନ୍ତରୀଣ ଏବଂ ୧୦ରେ ଉପାନ୍ତରୁ ଉପକୂଳ ଯାଏଁ ରହିବ ପଶ୍ଚିମା ଝଡ଼ର ପ୍ରଭାବ । ୯ ଓ ୧୦ ତାରିଖରେ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା, ବଜ୍ରପାତ ଓ କୁଆପଥର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।