ଆଜି ହକି ପୁରୁଷ ବିଶ୍ୱକପ ଉଦଘାଟନୀ, ମତୁଆଲା କରିବ ରଙ୍ଗାରଙ୍ଗ କର୍ଯ୍ୟକ୍ରମ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ହକି ପୁରୁଷ ବିଶ୍ୱକପର ଉଦଘାଟନୀ ଉତ୍ସବ। କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଏହି ବର୍ଣ୍ଣାଢ୍ୟ ସମାରୋହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏଥିରେ ବଲିଉଡ୍ ଷ୍ଟାର ଶାହରୁଖ, ମାଧୁରୀଙ୍କ ସହିତ ସଂଗୀତ ନିର୍ଦ୍ଦେଶକ ଏ.ଆର୍. ରେହମାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମାଧୁରୀ ଏବଂ ରେହମାନ ଭୁବନେଶ୍ୱରରେ ପହଞ୍ଚି ସାରିଥିବା ବେଳେ ଆଜି ବଲିଉଡର କିଙ୍ଗ ଖାନ ଭୁବନେଶ୍ୱରରେ ପହଞ୍ଚିବେ । ସେପଟେ ଦେଶ ବିଦେଶରୁ ଯୋଗଦେବାକୁ ଥିବା ଶହ ଶହ ଅତିଥିଙ୍କ ଲାଗି ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ୍ ପୁଲିସ ।

ଆସନ୍ତାକାଲି ବାରବାଟି ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଏଥିଲାଗି ଚଳଚଞ୍ଚଳ ହୋଇଛି ସିଲଭର ସିଟି । ତେବେ ବାରବାଟୀ ଷ୍ଟାଡିୟମରେ ଉଦଘାଟନୀ କାର୍ଯ୍ୟକ୍ରମରେ ସଲମାନ ଖାନ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନହିଁ । କିନ୍ତୁ ଏ ନେଇ ସଲମାନଙ୍କ ଫ୍ୟାନଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହେଉଛି ।

ଅପରପକ୍ଷରେ ଟିକେଟ ନପାଇ ବହୁ ଲୋକ ନିରାଶ ହୋଇଥିବା ବେଳେ ଉଦଘାଟନୀ ଉତ୍ସବର ଟିକେଟ olxରେ ବିକ୍ରି କରାଯାଉଥିବା ଦେଖାଯାଇଥିଲା । ଜାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Leave a comment