ରାତି ୮ଟାରୁ ୧୦ ମଧ୍ୟରେ ବାଣ ଫୁଟାଇବାକୁ ନିର୍ଦ୍ଦେଶ ଜାରି କଲା କମିଶନରେଟ ପୋଲିସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଲୋକର ପର୍ବ ଦୀପାବଳି କୁ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶାବଳୀ ଜାରି କରିଛି । କଟକ, ଭୁବନେଶ୍ୱରରେ ରାତି ୮ଟାରୁ ୧୦ ମଧ୍ୟରେ ବାଣ ଫୁଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇବା ନିଷେଧ କରାଯାଇଛି ।

ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚାଇନା ବାଣ ମାଳ ଅବସ୍ଥାରେ ଫୁଟାଇବା ସମ୍ପୂର୍ଣ୍ଣ ବାରଣ କରାଯାଇଛି । ହସ୍ପିଟାଲ, ଶିକ୍ଷାନୁଷ୍ଠାନ ଓ କୋର୍ଟ ପାଖରେ ବାଣ ଫୁଟାଇବା ସମ୍ପୂର୍ଣ ରୂପେ ବାରଣ କରାଯାଇଛି । ସେହିପରି ଲାଇସେନ୍ସ ପ୍ରାପ୍ତ ବିକ୍ରେତାଙ୍କ ନିକଟରୁ ବାଣ କିଣିବା, ଜନବସତିଠାରୁ ଦୂରରେ ଖୋଲା ପଡ଼ିଆରେ ବାଣ ଫୁଟାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।

ବିଜୁ ପଟ୍ଟନାୟକ ବିମାନବନ୍ଦର ଆଖପାଖରେ ରକେଟ୍ ବାଣ ଏବଂ ଆକାଶ ଦୀପ ନ ଲଗାଇବାକୁ ବିମାନବନ୍ଦର କର୍ତ୍ତୃପକ୍ଷ ନିବେଦନ କରିଛନ୍ତି । ଏହାସହ ଲେଜର ଲାଇଟ୍ ନ ପକାଇବାକୁ ମଧ୍ୟ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି ।

Leave a comment