୯ ଟି ଜିଲ୍ଲାରେ ମରୁଡି ଘୋଷଣା କଲେ ରାଜ୍ୟ ସରକାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ୯ଟି ଜିଲ୍ଲାରେ ସ୍ୱଳ୍ପ ପୃଷ୍ଟିପାତ ପାଇଁ ୬୬ଟି ବ୍ଲକ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଜିଲ୍ଲା ଗୁଡିକୁ ମରୁଡି ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ, ରାଜ୍ୟର ୯ଟି ଜିଲ୍ଲାର ୬୬ଟି ବ୍ଲକର ୫୬୬୩ ଗାଁ ର ୨ ଲକ୍ଷ ୩୩ ହଜାର ୧୭୩ ହେକ୍ଟର ଜମିରେ ସ୍ୱଳ୍ପ ବୃଷ୍ଟିପାତ ରୁ ମରୁଡି ହୋଇଛି । ଏହି ଜିଲ୍ଲା ଗୁଡିକ ହେଲେ କଳାହାଣ୍ଡି, ସମ୍ବଲପୁର, ବରଗଡ, ନୂଆପଡା, ଝାରସୁଗୁଡା,ବଲାଙ୍ଗୀର, ଦେଓଗଡ ଓ ସୁନ୍ଦରଗଡ । ଏହିସବୁ ଜିଲ୍ଲା ବାସୀଙ୍କୁ ରିଲିଫ ଯୋଗାଇ ଦେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ଏହି ଜିଲ୍ଲା ଗୁଡ଼ିକରେ ସ୍ୱଳ୍ପ ବୃଷ୍ଟି ଯୋଗୁ ଖରିଫ୍ ଫସଲ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି ।

ମରୁଡ଼ି ପରେ ଚାଷୀଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଜିଲ୍ଳା ଗୁଡିକରେ ମରୁଡି ଘୋଷଣା କରିଛନ୍ତି । ତେବେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ଅଧିକାରୀ, କୃଷି ଅଧିକାରୀ ତୃଣମୂଳ ସ୍ଥରକୁ ଯାଇ ରିପୋର୍ଟ ସଂଗ୍ରହ କରିଥିଲେ । ରିପୋର୍ଟ ଦେବାପରେ ସରକାର ୯ ଜିଲ୍ଲାକୁ ମରୁଡି ଘୋଷଣା କରିଛନ୍ତି ।

Leave a comment