ବହୁ ଆଡ଼ମ୍ବର ଲଘୁକ୍ରିୟା.. (ତିତଲି)

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):’ତିତଲି’ ତାଣ୍ଡବ କୁ ନେଇ ପାଣିପାଗ ବିଭାଗ, ସରକାର ଓ ବୈଦୁତିକ ଗଣମାଧ୍ୟମ ବିଗତ ଦୁଇଦିନ ଧରି ପ୍ରସାର ପ୍ରଚାର କରି ଜନସାଧାରଣ ଙ୍କୁ ଆତଙ୍କିତ କରିଥିଲେ । କିନ୍ତୁ ଗଜପତି ଜିଲ୍ଲା ଓ ଗଞ୍ଜାମ ଜିଲ୍ଲା କୁ ଛାଡି ଅନ୍ୟ ସମସ୍ତ ଜିଲ୍ଲା ରେ ‘ତିତଲି’ ଚକମା ଦେଇ ସମସ୍ତଙ୍କୁ ଚୁପ କରିଦେଇଛି । ଯାହାକୁ ନେଇ ପାଣିପାଗ ବିଭାଗ ଓ ବୈଦୁତିକ ଗଣମାଧ୍ୟମ କୁ ଅନେକ ସମାଲୋଚନା ର ଶିକାର ହେବକୁ ପଡିଛି । ଜନସାଧାରଣ ଓ କଲେଜ ଛାତ୍ର ଛାତ୍ରୀ ଙ୍କ ମନରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ବୁଦ୍ଧିଜୀବି ମହଲରେ ଏଭଳି ଭ୍ରାନ୍ତତ୍ମକ ପ୍ରଚାରକୁ ନିନ୍ଦା କରାଯାଇଛି । କାରଣ ‘ତିତଲି’ କୁ ଯେଉଁଭଳି ଅତିରଞ୍ଜିତ ଢ଼ଙ୍ଗରେ ପରିପ୍ରକାଶ କରି ଲୋକଙ୍କ ମନରେ ଭୟର ବାତାବରଣ ସୁଷ୍ଟି କରାଇଥିଲେ ବାସ୍ତବ ଚିତ୍ର କିନ୍ତୁ ତାଠାରୁ ଢ଼େର ଦୂରରେ ।

ସାଧାରଣ ଜନତା ଙ୍କ ଅସନ୍ତୋଷ ବି ବାସ୍ତବିକ କାରଣ ବାତ୍ୟା କୁ ନେଇ ଭୟର ବାତାବରଣ ଏଭଳି ସୁଷ୍ଟି ହୋଇଥିଲା ଯେ ଆଳୁ କିଲୋ ୬୦ ଟଙ୍କା କୁ ଛୁଇଁଥିବା ବେଳେ ପରିବା ଦର ଦେଖି ଲୋକେ ଡ଼ରିଯାଇଥିଲେ । ପରିସ୍ଥିତି ଏମିତି ହୋଇପଡିଥିଲା କି ଅତ୍ୟାବଶ୍ୟକ ଜିନିଷ ର କଳାବଜାରି ଆରମ୍ଭ ହୋଇଯାଇଥିଲା । ଏଥିପାଇଁ ସାଧାରଣ ଜନତାଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁପଡିଥିଲା ।

ସେହିପରି ୧୧ ଓ ୧୨ ତାରିଖ ଦୁଇ ଦିନ। ରାଜ୍ୟର ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଥିଲା । କିନ୍ତୁ ୧୧ ତାରିଖରେ କଲେଜ ହେବାକୁଥିବା ଛାତ୍ର ସଂସଦ ନିର୍ବାଚନ କୁ ମଧ୍ୟ ବନ୍ଦ କରାଯାଇଥିଲା । ସେଥିପାଇଁ ଛାତ୍ରଛାତ୍ରୀ ମାନେ ଓ ଆଶାୟୀ ପ୍ରାର୍ଥୀମାନେ କଲେଜ ଛୁଟି ପୂର୍ବରୁ ନିର୍ବାଚନ କରିବାକୁ ଦାବି କରିବା ଆରମ୍ଭ କରିଦେଲେଣି । ଏ ସମ୍ବନ୍ଧ ରେ ଛାତ୍ର ଛାତ୍ରୀ ପ୍ରତିକ୍ରିୟା ଦେଇ କହିଥିଲେ ଆମକୁ ମୌଳିକ ଅଧିକାର ରୁ ବଞ୍ଚିତ କରାଯାଉଛି । ଅପରପକ୍ଷେ ଆଶାୟୀ ପ୍ରାର୍ଥୀମାନେ ଖୁବଶୀଘ୍ର କଲେଜ କତ୍ତୃପକ୍ଷ ଙ୍କୁ ଏନେଇ ଅବଗତ କରାଇବେ ବୋଲି ଜଣାପଡିଛି ।

Leave a comment