ପଲାସା ଠାରେ ସ୍ଥଳ ଭାଗ ଛୁଇଁଲା ‘ତିତଲି’, ବ୍ରହ୍ମପୁର ଓ ଗୋପାଳପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ, ଦେଖନ୍ତୁ ଭିଡ଼ିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଲାସା ନିକଟରେ ଆଜି ସକାଳ ୫.୩୦ମିନିଟ ରେ ସ୍ଥଳ ଭାଗ ଛୁଇଁଲା ‘ତିତଲି’ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୦ କିଲୋମିଟର ଥିଲା । ‘ତିତଲି’ ସ୍ଥଳ ଭାଗ ଛୁଇଁବା ପରେ ରଚିଥିଲା ତାଣ୍ଡବ । ଏହାର ପ୍ରଭାଵ ରେ ସିଟ ଘରର ଛାତ ଉଡିଯିବ ସହ ବଡ଼ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି ।

ବଡ଼ବଡ଼ ଗଛ ଉପୁଡ଼ିବା ରାସ୍ତା ରେ ପଡିରହିଥିବା ଫଳରେ ବ୍ରହ୍ମପୁର ଓ ଗୋପାଳପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ବିଦ୍ୟୁତ ଖୁଣ୍ଟ ଉପୁଡି ଯିବା ଦ୍ୱାରା ବିଦ୍ୟୁତ ତାର ମଧ୍ଯ ଛିଣ୍ଡି ଯାଇଛି । ପ୍ରଶାସନ ପକ୍ଷରୁ ରାତି ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରୁ ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା । ତେଣୁ ‘ତିତଲି’ ର ପ୍ରଭାବରେ ଅନେକ କ୍ଷୟ କ୍ଷତି ହୋଇଥିଲେ ମଧ୍ୟ ଜନଜୀବନ ସୁରକ୍ଷିତ ରଖିବା ରେ ପ୍ରଶାସନ ସଫଳ ହୋଇଛି । ଲୋକଙ୍କ ସହାୟତା ପାଇଁ ସରକାରଙ୍କ ପକ୍ଷରୁ ହେଲ୍ପ ଲାଇନ ନମ୍ବର(୧୦୭୦) ଜାରି କରାଯାଇଛି ।

Leave a comment