ବ୍ରାହ୍ମଣ କୁଳବର୍ଗରେ ଜନ୍ମିତ ଓ ଆର୍ଥିକ ଅନାଟନ ପରିବାର ର ସାମାଜିକ ସୁରକ୍ଷା ଉପରେ ଧର୍ମଗଡ଼ ବ୍ରାହ୍ମଣ ମହାସଭାରେ ଗୁରତ୍ୱ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବ୍ରାହ୍ମଣ କୁଳବର୍ଗ ରେ ଜନ୍ମିତ ଓ ଆର୍ଥିକ ଅନାଟନ ରେ ଗତିକରୁଥିବା ପରିବାର ର ସାମାଜିକ ସୁରକ୍ଷା ଉପରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଧର୍ମଗଡ଼ ବ୍ରାହ୍ମଣ ମହାସଭାରେ ଗୁରତ୍ୱ ଆରୋପ । ପ୍ରତିକୂଳ ପାଗ ସତ୍ୱେ ବ୍ରାହ୍ମଣ ମହାସଭା ରେ ଯୋଗଦେଲେ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ପ୍ରାୟ ୧୦୦୦୦ ବ୍ରାହ୍ମଣ ପରିବାର ର ପୁରୁଷ, ମହିଳା, ଯୁବକ ଓ ଯୁବତୀ । ପର୍ଶୁରାମ ସେନା, ପ୍ରଜ୍ଞା ବାହିନୀ ଓ ସାମାଜିକ କର୍ମୀ ମାନଙ୍କ ଜଗନ୍ନାଥଙ୍କ ଆଜ୍ଞାମାଳ ନେଇ ସହରରେ ବିରାଟ ଶୋଭାଯାତ୍ରା । ମହା ଅଧିବେଶନ ରେ ମାର୍ଗ ଦର୍ଶନ ଦେଲେ ଜଗନ୍ନାଥ ଧାମ ପୁରିରୁ ଆସିଥିବା ସାଧୁ ସନ୍ଥ ଓ ବ୍ରାହ୍ମଣ ବିଦ୍ୱାନ । ସାମାଜିକ ସଂସ୍କାର ଓ ସାମାଜିକ ସେବା ଉପରେ ବ୍ରାହ୍ମଣ ମହାସଭାରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ ।

ଏହି ମହା ଅଧିବେଶନରେ ମୂଖ୍ୟ ଅତିଥି ରୁପେ ସ୍ୱାମୀ ସୁଭାନନ୍ଦ ପୁରୀ ମହାରାଜ, ମୁଖ୍ୟ ବକ୍ତା ଡାକ୍ତର ଗଙ୍ଗାଧର ନନ୍ଦ, ସଭାପତି ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା, ସମ୍ମାନିତ ବକ୍ତା ବିଚିତ୍ରାନନ୍ଦ ମିଶ୍ର, ମୁଖ୍ୟ ଉପଦେଷ୍ଟା ଶ୍ରୀମନ୍ଦିର ମୁକ୍ତିମଣ୍ଡପ ସଭା, ମହନ୍ତ ସୁଖରାମ ଦାସ, ହାତୀ ଅଖଡା ମଠ, ପୁରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା , ଅଧିରାଜ ପାଣିଗ୍ରାହୀ ବିଧାୟକ ଖଡ଼ିଆଳ ପ୍ରମୁଖ ଅଂଶଗ୍ରହଣ କରି ମାର୍ଗ ଦର୍ଶନ ଦେଇଥିଲେ । ସଭାପତିତ୍ୱ କରିଥିଲେ ସୁରେଶ ଚନ୍ଦ୍ର ମୁଣ୍ଡ,ବିବରଣୀ ପାଠ କରିଥିଲେ ସଂପାଦକ ହେମନ୍ତ କୁମାର ପଣ୍ଡା ।

ବ୍ରାହ୍ମଣ ମହାସଭାରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ ମାନ କରାଯାଇଛି
୧- ଅଭିବକ୍ତ କଳାହାଣ୍ଡି ଜିଲ୍ଲାର ସମସ୍ତ ବର୍ଗର ବ୍ରାହ୍ମଣ ମାନଙ୍କୁ ନେଇ ଏକ ଟ୍ରଷ୍ଟ ଗଠନ।
୨- ପ୍ରତି ୫ବର୍ଷରେ ଥରେ ବ୍ରାହ୍ମଣ ମହାସଭା ଆୟୋଜନ ଜରିଆରେ ଚିନ୍ତନ।
୩- ବ୍ରାହ୍ମଣ କୁଳବର୍ଗ ରେ ଜନ୍ମିତ ଓ ଆର୍ଥିକ ଅନାଟନ ରେ ଗତିକରୁଥିବା ପରିବାର ର ସାମାଜିକ ସୁରକ୍ଷା
୪- ଗରିବ ବ୍ରାହ୍ମଣ ପରିବାରର ସଦସ୍ୟ ଙ୍କ ପାଇଁ ପ୍ରତିବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାମୁହିକ ବିବାହ ଓ ବ୍ରତପୋୟନ ଆୟୋଜନ।
୫- ସାମାଜିକ କାର୍ଯ୍ୟପାଇଁ ପ୍ରଥମଦଫାରେ ଜିଲ୍ଲାର ପ୍ରମୁଖ ସ୍ଥାନ ମାନଙ୍କରେ “ପର୍ଶୁରାମ ଭବନ” ନିର୍ମାଣ।
୬- ଗରିବ ମେଧାବୀ ଛାତ୍ର ଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ଏକ ସ୍ଥାୟୀ ପାଣ୍ଠି ଗଠନ ଓ ଏଥିରୁ ସହାୟତା ପ୍ରଦାନ।
୭- ସାମାଜିକ ରୀତିନୀତିର ସରଳିକରଣ ଓ ସାମାଜିକ ସେବାକୁ ଅଗ୍ରାଧିକାର ଉପରେ ଗୁରୁତ୍ୱ ଆରୋପ କରାଯାଇଥବା ବ୍ରାହ୍ମଣ ମହାସଭାର ଗଣମାଧ୍ୟମ ପ୍ରମୁଖ ଆଚାର୍ଯ୍ୟ ହୃଷିକେଶ ମିଶ୍ର ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି।