ମହିଳାଙ୍କ ଉପରେ ଅନ୍ୟାୟ ବରଦାସ୍ତ କରାଯିବ ନାହିଁ: ମୁଖ୍ୟମନ୍ତ୍ରୀ, ଦେଖନ୍ତୁ ଭିଡ଼ିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗୃହରେ ନିଜ ବିବୃତି ରହି କହିଛନ୍ତି ମହିଳାଙ୍କ ଉପରେ ଅନ୍ୟାୟ ବରଦାସ୍ତ କରାଯିବନାହିଁ

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଦୁଷ୍କର୍ମ, ହତ୍ୟା ଭଳି ଘଟଣାକୁ ନେଇ ରାଜନୀତି ନହେଉ । ଦୋଷୀଙ୍କୁ ଉଚିତ ଦଣ୍ଡ ମିଳିବ ।


ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବା ସୂଚନା ଅନୁଯାୟୀ, ୨୦୧୯ରେ ରେଡ୍ ଫ୍ଲାଗରେ ଗିରଫଦାରି ୪୧.୪୮%କୁ ବୃଦ୍ଧି । ମୋ ସରକାରରେ ଅଭିଯୋଗକାରୀଙ୍କ ଫୋନ୍ ନମ୍ବର ପଞ୍ଜୀକୃତ କରାଯାଇଛି । ‘ମୋ ସରକାର’ ଶୁଭାରମ୍ଭ ପରଠାରୁ ମୁଁ ତିନି ଶହ ଅଭିଯୋଗକାରୀଙ୍କ ସହ କଥା ହୋଇଛି । ସବୁଠାରୁ ବଡ଼ କଥା ହେଲା କି, ୧୫ ଅଗଷ୍ଟ ୨୦୨୦ ସୁଦ୍ଧା ଅନଲାଇନରେ ସବୁ ସରକାରୀ ସେବା ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a comment