ହତ୍ୟାକାରୀ ଗିରଫ ଦାବିରେ ଶବ ରଖି ଗ୍ରାମବାସୀଙ୍କ ରାସ୍ତା ରୋକ

ଓଡ଼ିଶା ଫାଷ୍ଟ (ଯାଜପୁର ବ୍ୟୁରୋ): ଗତକାଲି ପାଣିକୋଇଲି ଠାରେ ଦୀପକ ଦଳାଇ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତ ଯୁବକ ର ଗ୍ରାମ
ଜେନାପୁର ଥାନା ଅଞ୍ଚଳର ସୋରେଇ ଗ୍ରାମର ବୋଲି ଜଣାପଡିଛି । ଦୀପକର ମୃତ୍ୟୁ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବି କରି ପରିବାର ଲୋକେ ଓ ଗ୍ରାମବାସୀ ଶବ ରଖି, ଟାୟାର ଜାଳି ଦଳା ଗ୍ରାମର ଏନଏଚ ୫୩ ରାସ୍ତା ଅବରୋଧ କରିଛନ୍ତି । ପୋଲିସ ଖବର ପାଇ ଘଟଣା ସ୍ତଲରେ ପହଞ୍ଚି ଆନ୍ଦୋଳନକାରୀ ଙ୍କୁ ବୁଝାସୁଝା କରିବାରେ ଲାଗିଛି ।