୭ ଦିନ ରାତିରେ ପାନମଧୁରୀ ଖାଇଲେ ତାର ଫାଇଦା ଜାଣିଲେ ଆପଣ ଚକିତ ରହିଯିବେ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ପାନ ମଧୁରୀ ର ଉପକାରିତା ବିଷୟରେ ଯାହାକୁ ଆମେ ରୋଷେଇ ଘରେ ମସଲା ରୂପରେ ବ୍ୟବହାର କରିଥାଉ । ଏମିତି ତ ପାନମଧୁରୀର ଭଲ ବାସ୍ନା ଯୋଗୁ ଆମେ ତାହାକୁ ମୁଖ ଦୁର୍ଗନ୍ଧ ଦୂର କରିବା ପାଇଁ ବ୍ୟବହାର କରି ଥାଉ କିନ୍ତୁ ଆପଣ ଜାଣନ୍ତି କି ତାହା ଆମ ଶରୀର ପାଇଁ କେତେ ଉପକାରୀ । ତେବେ ଆସନ୍ତୁ ଜାଣିବା ପାନ ମଧୁରୀର ଉପ କାରିତା ବିଷୟରେ ।
୧. ଯଦି ଆପଣ ମିୟମିତ ପାନମଧୁରୀ ଖାଆନ୍ତି ତେବେ ଆପଣଙ୍କର ପେଟ ଜନିତ ସମସ୍ତ ସମସ୍ଯା ଯେପରିକି ଗ୍ଯାସ, ଏସିଡିଟି, ବଦହଜମି ଦୂର ହୋଇଥାଏ । ଆପଣ ପାନମଧୁରୀ ଓ ମିଶ୍ରି କୁ ସମାନ ଭାବରେ ନେଇ ତାହାକୁ ଏକ ପାଉଡର ତିଆରି କରି ଦିଅନ୍ତୁ । ସେହି ପାଉଡର କୁ ଗୋଟିଏ ଚାମଚ ରାତିରେ ଖାଇ ଉଷୁମ ପାଣି ପିଇ କରି ଶୋଇଲେ ଆପଣଙ୍କର ପେଟ ଜନିତ ସବୁ ପ୍ରକାରର ସମସ୍ୟା ଦୂର ହୋଇଥାଏ ।
୨. ପାନମଧୁରୀ ଖାଇଲେ ଆମର ଆଖିର ଦୃଷ୍ଟିଶକ୍ତି ମଧ୍ୟ ବଢିଥାଏ । ଯଦି ଆପଣ ଖାଇ ସାରିବା ପରେ ପାନମଧୁରୀ ଖାଆନ୍ତି କିମ୍ବା ସବୁ ଦିନ ରାତିରେ ପାନମଧୁରୀ ଖାଇ କି ଶୁଅନ୍ତି ତା ହେଲେ ଆପଣଙ୍କର ଆଖିର ଦ୍ରୁଷ୍ଟି ଶକ୍ତି ବଢିଥାଏ ଏବଂ ଆଖି ଜନିତ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ଦୂର ହୋଇଥାଏ ।