ପଦ୍ମ ଧରି ଖେଳ ଖେଳିବେ ଦାମ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ଦିଲ୍ଲୀରେ ବିଜେପିରେ ଯୋଗଦେବା ପରେ ଦାମୋଦର ରାଉତ ବାଲିକୁଦା-ଏରସମା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଆଶାୟୀ ଅଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି । ସେ କହିଛନ୍ତି, ବାଲିକୁଦା ମୋ ଜନ୍ମ ସ୍ଥାନ । ଜୀବନର ଶେଷ ସମୟରେ ଜନ୍ମ ମାଟିର ସେବା କରିବା ପାଇଁ ଆଗ୍ରହୀ ଅଛି । ତେଣୁ ଏଥର ସେଠାରୁ ଲଢିବାକୁ ଚାହୁଛି । ମୁଁ ଯେ କୌଣସି ସ୍ଥାନରୁ ଲଢିଲେ ମୋତେ ଜିତିବାରେ କିଛି ଅସୁବିଧା ହେବନାହିଁ କିନ୍ତୁ ଏଥର ବାଲିକୁଦା-ଏରସମା ବିଧାନସଭା ଆସନରୁ ଲଢିବାକୁ ଦଳର ସର୍ବୋଚ୍ଚ ନେତୃତ୍ୱଙ୍କୁ ଜଣାଇଛି ବୋଲି ଦାମ କହିଛନ୍ତି । ଏରସମାରେ ଏବେ ଯିଏ ବିଧାୟକ ଅଛନ୍ତି ଲୋକେ ତାଙ୍କ ଉପରେ ଅତିଷ୍ଠ ହୋଇ ଅଛନ୍ତି ।
ଏହାସହ ମୁଖ୍ୟମନ୍ତ୍ରୀ ତାଙ୍କ ଘର ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ବୋଲି ଦାମ କହିଛନ୍ତି । ପୁଅ ସମ୍ବିତଙ୍କୁ ଟିକେଟ ପ୍ରଲୋଭନ ଦେଖାଇ ବିଜେଡି ସୁପ୍ରିମୋ ତାଙ୍କ ଘର ଭାଙ୍ଗିବାକୁ ପ୍ରୟାସ କରୁଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ଅନ୍ୟ କେତେଜଣଙ୍କ ଘର ଭାଙ୍ଗୁଥିବା ମଧ୍ୟ ଦାମ ଅଭିଯୋଗ କରିଛନ୍ତି ।