ଦୀର୍ଘ ବର୍ଷ ହେଲା ଗାଦି ମାଡିବସିଛନ୍ତି ବେସାମରିକ ପ୍ରତିରକ୍ଷା ଉପନିୟନ୍ତ୍ରକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ଗୃହ ବିଭାଗ ଅଧିନସ୍ତ ବେସାମରିକ ପ୍ରତିରକ୍ଷା ସଂଗଠନର ଭୁବନେଶ୍ୱର ଶାଖାରେ ୧୦ ବର୍ଷ ଧରି ଉପନିୟନ୍ତ୍ରକ ପଦବୀ ଗାଦୀରେ ବସିଥିବା ସତ୍ୟବ୍ରତ ପାଢ଼ୀଙ୍କର ବଦଳି କେବେ ହେବ ବୋଲି ଚର୍ଚ୍ଚା ଜୋରଧରିଛି ।ହିସାବ କଲେ ସେ ଏହି ଗାଦୀରେ ୨୫ବର୍ଷ ରୁ ଅଧିକ ସମୟ ଧରି ଭୁବନେଶ୍ବର ଡେପୁଟି କଂଟ୍ରୋଲର ପଦବୀରେ ଅଧିଷ୍ଠିତ ହୋଇ ମନମୁଖିଆ କାର୍ଯ୍ୟ କରିଚାଲିଛନ୍ତି । ତେବେ ଏଠି ପ୍ରଶ୍ନ ଉଠେ ବେସାମରିକ ପ୍ରତିରକ୍ଷା ସଂଗଠନ ଭଳି ମହତ୍ୱପୂର୍ଣ୍ଣ ଅନୁଷ୍ଠାନକୁ ସମ୍ଭାଳିବା ଲାଗି ପାଢି ବାବୁଙ୍କୁ ଛାଡ଼ିଦେଲେ ଆଉ କେହି ନାହିଁ । ତେବେ ଏହି ଅନୁଷ୍ଠାନ ୧୦ ବର୍ଷ ତଳେ ଯେଉଁଠି ଥିଲା ଆଜି ବି ସେଇଠି ଅଛି । ଶୁଣିବାକୁ ମିଳୁଛି ପାଢ଼ୀ ବାବୁ ଶାସକ ଦଳର ପ୍ରିୟ ହୋଇ ଥିବାରୁ ବେସାମରିକ ପ୍ରତିରକ୍ଷା ସଂଗଠନର ନିର୍ଦ୍ଦେଶକ ଶର୍ମା ସାର ମଧ୍ୟ କୌଣସି ପଦକ୍ଷେପ ନେଇପାରନ୍ତି ନାହିଁ । ଏବେ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ଲାଗି ନିର୍ବାଚନ କମିଶନ ତଳ ଠାରୁ ଉପର ପର୍ଯ୍ୟନ୍ତ ସବୁ ଶ୍ରେଣୀର କର୍ମଚାରୀଙ୍କୁ ଅଦଳ ବଦଳ କରିବାରେ ଲାଗିଛନ୍ତି ।

ସୂଚନା ଅନୁଯାୟୀ, ପାଢି ବାବୁଙ୍କର ଉତ୍ତର ନିର୍ବାଚନ ମଣ୍ଡଳୀରେ ଏକ ସଂପୃକ୍ତ ଦଳପାଇଁ ଵିଶେଷ ଅବଦାନ ରହିବ ବୋଲି ଆଶା କରାଯାଉଛି ଯାହାଦ୍ୱାରା କି ତାଙ୍କର ବଦଳିର ପ୍ରଶ୍ନ ଉଠୁନାହିଁ ।

Leave a comment