ବିଜେପି ମହିଳା ମୋର୍ଚ୍ଚାର ନବୀନ ନିବାସ କୁ ଧସେଇ ପଶିବାକୁ ଉଦ୍ୟମ ; ପୋଲିସ ସହ ଧସ୍ତାଧସ୍ତି

0


ଓଡିଶା ଫାଷ୍ଟ(ବ୍ୟୁରୋ): ବିଜେପି ମହିଳା ମୋର୍ଚ୍ଚା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି । ମହିଳାଙ୍କ ପ୍ରସଙ୍ଗରେ ବିଜେଡି ର ବରିଷ୍ଠ ମନ୍ତ୍ରୀ ପ୍ରଦୀପ ମହାରାଥୀ ଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ଆଜି ବିଜେପି ମହିଳା ମୋର୍ଚ୍ଚା ନବୀନ ନିବାସ କୁ ଧସେଇ ପଶିବାକୁ ଉଦ୍ୟମ କରିବା ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା ।

ବିଜେପି ମହିଳା ମୋର୍ଚ୍ଚା ଙ୍କ ଅଭିଯୋଗ ଅନୁସାରେ ପ୍ରଦୀପ ମହାରାଥୀଙ୍କ ମନ୍ତବ୍ୟ ଜଣେ ମହିଳା ପିଛା ଦୁଇ ଜଣ ସ୍ୱାମୀ ପରି ଅଶାଳୀନ ମନ୍ତବ୍ୟ ସାରା ଓଡିଶାର ମହିଳା ସମାଜକୁ ଅପମାନିତ କରିଛି । ଏହା ଜାଣି ମଧ୍ୟ ମୁଖ୍ୟମନ୍ତ୍ରୀ କାହିଁକି ନିରବ ଅଛନ୍ତି । ପ୍ରଦୀପଙ୍କ ବିରୁଦ୍ଧରେ କାହିଁକି କୌଣସି ଆଖିଦୃଷ୍ଟିୟା ପଦକ୍ଷେପ ନିଆଯାଉନାହଁ । କାହିଁକିନା ଏହା ସାରା ଓଡ଼ିଶାର ମହିଳାଙ୍କ ସମ୍ମାନ ର କଥା ।

ନବୀନ ନିବାସକୁ ଧସେଇ ପଶିବାକୁ ଉଦ୍ୟମ କରିବା ସମୟରେ ପୋଲିସ ସହ ବିଜେପି ମହିଳା ମୋର୍ଚ୍ଚା ଙ୍କ ଧସ୍ତାଧସ୍ତି ହେବାସହ ୧୫ରୁ ଉର୍ଦ୍ଧ ବିଜେପି ମହିଳା କର୍ମୀଙ୍କୁ ଉଠାଇନେଲା ପୋଲିସ । ଏହି ଘେରଉ ସମ୍ବନ୍ଧରେ ଗତକାଲି ବିଜେପି ମହିଳା ମୋର୍ଚ୍ଚା ତରଫରୁ ସାମ୍ବାଦିକ ସମ୍ବିଳନୀରେ ଅବଗତ କରାଯାଇଥିଲା ।

Leave a comment