ଦୀପାବଳି ପୂର୍ବରୁ ନିର୍ମାଣ ହେବ ଅଯୋଧ୍ୟାରେ ରାମ ମନ୍ଦିର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ କୁ ସମସ୍ତଙ୍କର ଅପେକ୍ଷା ଥିଲା । ମାତ୍ର ଅଯୋଧ୍ୟାରେ ବାବ୍ରୀ ମସଜିଦ୍ – ରାମ ମନ୍ଦିର ବିବାଦ ମାମଲାର ଶୁଣାଣି ପାଇଁ ବୃହତ୍ତର ଖଣ୍ଡପୀଠର ଆବଶ୍ୟକତା ନାହିଁ ବୋଲି ଆଜି ସୁପ୍ରିମ୍ କୋର୍ଟ ରାୟ ଦେବାପରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଆସନ୍ତା ଦୀପାବଳି ପୂର୍ବରୁ ଆରମ୍ଭ ହେବ ବୋଲି କହିଛନ୍ତି ବିଜେପି ସାଂସଦ ତଥା ସୁପ୍ରିମ୍ କୋର୍ଟର ବରିଷ୍ଠ ଆଇନଜୀବୀ ସୁବ୍ରମଣ୍ୟମ୍ ସ୍ୱାମୀ ।

ସୂଚନା ଅନୁଯାୟୀ, ଆଜି ଅଯୋଧ୍ୟାରେ ରାମ ମନ୍ଦିର କୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ବିଜେପି ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ କହିଛନ୍ତି, ମୁସ୍ଲିମ୍ ସଂଗଠନ ଏହି ମାମଲାର ଶୁଣାଣି ପାଇଁ ଏକ ବୃହତ୍ତର ଖଣ୍ଡପୀଠର ଆବଶ୍ୟକତା ରହିଛି ବୋଲି କହୁଥିଲେ ମାତ୍ର ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ଖାରଜ କରିଦେଇଛି । ସୁପ୍ରିମକୋର୍ଟ କହିଛି କି ଆମ ଦେଶରେ ମନ୍ଦିର, ମସଜିଦ୍ ଓ ଚର୍ଚ ସମାନ ସ୍ଥାନ ଅଧିକାର କରିଛନ୍ତି । ଏହି ରାୟ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ଆଉ କେହି ଅଟକାଇ ପାରିବେ ନାହିଁ ବୋଲି ମତ ରଖିଛନ୍ତି
ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ।

Leave a comment