ବିଶ୍ୱବ୍ୟାପି ୮୨ ହଜାର ମୃତ୍ୟୁ, ୧୪ ଲକ୍ଷରୁ ଅଧିକ କରୋନାରେ ଆକ୍ରାନ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରେନା ଭାଇରସ ଯୋଗୁଁ ବୁଧବାର ସକ।ଳ ପର୍ଯ୍ୟନ୍ତ ବିଶ୍ୱରେ ୮୨ ହଜାର ୨୫ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଭାଇରସ ଯୋଗୁଁ ୧୪ ଲକ୍ଷ ୩୦ ହଜାର ୫୯୦ ଜଣ ଆକ୍ରାନ୍ତ ହୋଇଛନ୍ତି । ମୋଟ ୩ ଲକ୍ଷ ୧ ହଜାର ୯୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସୂଚନାଯୋଗ୍ୟ, କରୋନା ଭାଇରସ ଆମେରିକାଭଳି ଶକ୍ତିଶାଳୀ ଦେଶରେ ୪ ଲକ୍ଷ ୩୩୫ ଜଣ ଆକ୍ରାନ୍ତ ଥିବାବେଳେ ୧୨ ହଜାର ୮୪୧ ଜଣଙ୍କ ମୃତ୍ୟୁ ହୋଇଛି । ସ୍ପେନରେ ମୃତ୍ୟୁ ସଂଖ୍ୟା ହେଉଛି ୧୪ ହଜାର ୪୫ ଜଣ । ଇଟାଲୀରେ ସର୍ବାଧିକ ୧୭ ହଜାର ୧୨୭ ଜଣଙ୍କ ମୃତ୍ୟୁ ହୋଇଛି ।
ଫ୍ରାନ୍ସରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯ ହଜାର ୬୯ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦ ହଜାର ୩୨୮ । ସେହିପରି ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୭ ହଜାର ୬୬୩ ଜଣ । ମୃତ୍ୟୁ ସଂଖ୍ୟା ୨ ହଜାର ୧୬ ଜଣ । ଜର୍ମାନୀରେ ମୃତ୍ୟୁ ସଂଖ୍ୟା ଆମେରିକା, ସ୍ପେନ, ଇଟାଲୀ ଓ ଫ୍ରାନ୍ସ ତୁଳନାରେ କମ । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଅତିକ୍ରମ କରିଥିବା ବେଳେ ମୃତକଙ୍କ ସଂଖ୍ୟା ହେଉଛି ୧୨୪ ଜଣ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି ।