RBI ସମ୍ମୁଖରେ ଦିନମଜୁରିଆଙ୍କ ଲମ୍ବା ଧାଡି, ୨ ହଜାର ଟଙ୍କିଆ ନୋଟ୍ ବଦଲାଇଲେ ମିଳୁଛି କମିଶନ

0

RBI ସମ୍ମୁଖରେ ୨ ହଜାର ଟଙ୍କା ନୋଟ୍ ବଦଳାଇବା ପାଇଁ ଲାଗିଛି ଲମ୍ବା ଭିଡ଼ । ଖୁଲମଖୁଲ୍ଲା କଳା ଟଙ୍କାକୁ କରାଯାଉଛି ବଦଳ । ମୋହରା ସାଜିଛନ୍ତି ଦିନ ମଜୁରିଆ, ଛୋଟ ବ୍ୟବସାୟୀ ଓ ବସ୍ତି ବାସିନ୍ଦା । ୨୦ ହଜାର ଟଙ୍କାର ୨ ହଜାର ନୋଟ ବଦଳାଇଲେ ମିଳୁଛି ୩୦୦ ଟଙ୍କା କମିଶନ ।

କିଛି ମୁଷ୍ଟିମେୟ ଓ ବଡ଼ ବଡ଼ ବ୍ୟବସାୟୀଙ୍କ ନୀରିହ ଲୋକଙ୍କୁ ମୋହରା କରିଛନ୍ତି । ଦୈନିକ ୫୦୦ରୁ ୭୦୦ ଲୋକ ନୋଟ ବଦଳ କରୁଛନ୍ତି । ହେଲେ ଡେଡଲାଇନ ପରେ ବି ଟଙ୍କା ବଦଳକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି । ଏମାନଙ୍କୁ କମିଶନ ଦେଇ ଲାଇନରେ ଛିଡା କରାଉଥିବା ମାଲିକ କିଏ ? କାହା ଟଙ୍କା ଧରି ଏମାନେ ଉଦୁଉଦିଆ ଖରାରେ ନୋଟ ବଦଳାଇବାକୁ ଲାଇନରେ ଠିଆ ହୋଇଛନ୍ତି ?

ରିଜର୍ଭ ବ୍ୟାଙ୍କ ବାରମ୍ବାର ଅପିଲ କରି ଏବଂ ଡେଡଲାଇନ ଘୁଞ୍ଚାଇ ମଧ୍ୟ କାହିଁକି ଏମାନେ ସମୟ ଭିତରେ ଟଙ୍କା ଫେରାଇ ନଥିଲେ । ଅକ୍ଟୋବର ୭ ତାରିଖ ଟଙ୍କା ଫେରାଇବାର ଶେଷ ଡେଡଲାଇନ ଥିଲା । ଏହାପରେ ଦେଶର ୧୯ଟି ଆରବିଆଇରେ ଟଙ୍କା ବଦଳ ପାଇଁ ବ୍ୟବସ୍ଥା କରାଯାଇଛି ।

Leave a comment