ଭାରତ ବିଶ୍ୱ ବିଜେତା, ଶେଫାଳି ଓ ଦୀପ୍ତିଙ୍କ ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ

0

ନୂଆଦିଲ୍ଲୀ: ଚଳିତ ମହିଳା କ୍ରିକେଟ ବିଶ୍ୱକପରେ ଭାରତୀୟ ଦଳ ଇତିହାସ ସୃଷ୍ଟି କରିଛି। ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ 52 ରନରେ ପରାସ୍ତ କରି ଭାରତ ବିଶ୍ୱକପକୁ ହାତେଇଛି। କ୍ରିକେଟ ଜଗତରେ ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ ହୋଇଥିବା ଭାରତୀୟ ମହିଳା ଦଳ ଏବେ ଉତ୍ସବ ପାଳିବାରେ ଲାଗିଛି। ଭାରତୀୟ ମହିଳା ଦଳକୁ ଅଭିନନ୍ଦନ ଜଣାଇବା ପାଇଁ ସମଗ୍ର ଦେଶ ଏକତ୍ରିତ ହେଉଛି। ମହିଳା କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ଯେ ଭାରତ ବିଶ୍ୱକପ ଜିତିଛି। ତେବେ ଭାରତ ପୂର୍ବରୁ ଅଷ୍ଟ୍ରେଲିଆ ସର୍ବାଧିକ ସାତ ଥର ଏହି ଟାଇଟଲ ଜିତିଥିଲା।

ରବିବାର ଖେଳାଯାଇଥିବା ଏହି ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିଥିଲା ଭାରତୀୟ ମହିଳା ଦଳ। ପ୍ରଥମ ବ୍ୟାଟିଂ କରି ଭାରତୀୟ ଦଳ ୨୯୯ ରନର ବିଜୟ ଲକ୍ଷ ଧାର୍ଯ୍ୟ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୪୫.୩ ଓଭରରେ ୨୪୬ ରନ କରି ଅଲଆଉଟ ହୋଇଯାଇଥିଲା। ବୋଲିଂ ଷ୍ଟାର ଦିପ୍ତି ଶର୍ମା ୫ଟି ୱିକେଟ ନେଇ ଭାରତୀୟ ଦଳ ପାଇଁ ବିଜୟ ଆଣିଦେଇଥିଲେ। ଦକ୍ଷିଣ ଆଫ୍ରିକାକୁ ବିଜୟ ଆଡ଼କୁ ନେଇ ଯାଉଥିବା ଲୌରା ୱଲଭାର୍ଡଟ୍ ଦୀପ୍ତି ଶର୍ମାଙ୍କ ଦ୍ୱାରା ୧୦୧ ରନ କରି ଆଉଟ ହୋଇଥିଲେ। ଏହାପରେ ଦୀପ୍ତି କ୍ଲୋଏ ଟ୍ରାଇଅନଙ୍କୁ ଆଉଟ କରି ତାଙ୍କର ଚାରି ୱିକେଟ୍ ହାସଲ କରିଥିଲେ।

କୌର ଶେଫାଲି ବିଷୟରେ କହିଥିଲେ, “ଯେତେବେଳେ ଲୌରା ଏବଂ ସୁନ୍ ବ୍ୟାଟିଂ କରୁଥିଲେ, ମୁଁ ସେଠାରେ ଶେଫାଲିକୁ ଠିଆ ହୋଇଥିବାର ଦେଖିଲି। ଆଜି ଶେଫାଲି ଯେପରି ବ୍ୟାଟିଂ କରିଥିଲେ, ମୁଁ ଜାଣିଥିଲି ଯେ ଆଜି ତାଙ୍କର ଦିନ। ସେ ଆଜି କିଛି ସ୍ୱତନ୍ତ୍ର କରୁଛନ୍ତି। ମୁଁ ଭାବିଲି ଯେ ମୁଁ ମୋର ବିବେକର କଥା ଶୁଣିବା ଉଚିତ। ଯଦି ମୋର ହୃଦୟ ମୋତେ କହୁଛି ଯେ ମୁଁ ତାଙ୍କୁ ଅତି କମରେ ଗୋଟିଏ ଓଭର ଦେଇପାରିବି, ତେବେ ମୁଁ କରିବି। ତା’ପରେ ମୁଁ ତାଙ୍କୁ ପଚାରିଲି, ‘ତୁମେ ଗୋଟିଏ ଓଭର ବୋଲିଂ କରିପାରିବ?’ ସେ କହିଲେ ଯେ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ। ମୁଁ ଭାବୁଛି ଏହା ଆମ ପାଇଁ ଏକ ଟର୍ଣ୍ଣିଂ ପଏଣ୍ଟ ରହିଥିଲା ବୋଲି ହରମନ କହିଥିଲେ।

ବିଶ୍ୱକପ ବିଜେତାଙ୍କ ତାଲିକା
୧. ଇଂଲଣ୍ଡ (୧୯୭୩)
୨. ଅଷ୍ଟ୍ରେଲିଆ (୧୯୭୮)
୩. ଅଷ୍ଟ୍ରେଲିଆ (୧୯୮୨)
୪. ଅଷ୍ଟ୍ରେଲିଆ (୧୯୮୮)
୫. ଇଂଲଣ୍ଡ (୧୯୯୩)
୬. ଅଷ୍ଟ୍ରେଲିଆ (୧୯୯୭)
୭. ନ୍ୟୁଜିଲାଣ୍ଡ (୨୦୦୦)
୮. ଅଷ୍ଟ୍ରେଲିଆ (୨୦୦୫)
୯. ଇଂଲଣ୍ଡ (୨୦୦୯)
୧୦. ଅଷ୍ଟ୍ରେଲିଆ (୨୦୧୩)
୧୧. ଇଂଲଣ୍ଡ (୨୦୧୭)
୧୨. ଅଷ୍ଟ୍ରେଲିଆ (୨୦୨୨)
୧୩. ଭାରତ (୨୦୨୫)

Leave a comment