ଟଙ୍କା ପାଇଁ ନିଜ ନାବାଳିକା ଝିଅକୁ ତିନି ତିନି ଥର ବିବାହ କରାଇଲା ମା’

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟଙ୍କା ପାଇଁ ଜଣେ ମା ନିଜ ନାବାଳିକା ଝିଅକୁ ତିନିଥର ବିବାହ କରିଛି। ସୂଚନା ମୁତାବକ ମଧ୍ୟପ୍ରଦେଶର ମଣ୍ଡଳ ଜିଲ୍ଲାରୁ ଜଣେ ମାଁ ନିଜ ନାବାଳିକା ଝିଅକୁ ମାତ୍ର ୮୦ ହଜାର ଟଙ୍କା ପାଇଁ ତୃତୀୟ ବିବାହ କରିଛନ୍ତି। ରିପୋର୍ଟ ଅନୁଯାୟୀ ଉକ୍ତ ଘଟଣା ସମ୍ପର୍କରେ ସେତେବେଳେ ସୂଚନା ମିଳିଥିଲା ଯେତେବେଳେ ନାବାଳିକା ଝିଅଟିର ସ୍ୱାମୀ ନିର୍ଯ୍ୟାତନା ଓ ମାଡ଼ ମାରିବା ପରେ ନାବାଳିକା ଜଣକ ପୋଲିସ ନିକଟରେ ଅଭିଯୋଗ କରିଥିଲା। ଏହି ମାମଲା ସମ୍ପର୍କରେ ଦିଲ୍ଲୀ ପୋଲିସ ମଣ୍ଡଳ ପୋଲିସକୁ ସୂଚନା ଦେଇଥିଲା, ଏହା ପରେ ବିଭିନ୍ନ ବିଭାଗ ଅଧୀନରେ କୋଟୱାଲୀରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ସୂଚନା ମୁତାବକ ମଣ୍ଡଳ ଜିଲ୍ଲାର ଏକ ନାବାଳିକାର ବିବାହ ଉକ୍ତ ଝିଅଟିର ମାଁ ଦିଲ୍ଲୀରେ ଏକ ଯୁବକ ସହ କରିଥିଲେ। ଏହାପରେ ଉକ୍ତ ନାବାଳିକା ଜଣକ ଯେତେବେଳେ ସ୍ୱାମୀର ନିର୍ଯ୍ୟାତନା ଓ ଆକ୍ରମଣର ଶିକାର ହୋଇଥିଲେ ସେତେବେଳେ ସେ ୧୦୦ ରେ ଫୋନ କରି ଦିଲ୍ଲୀ ପୋଲିସକୁ ସମସ୍ତ ସୂଚନା ଦେଇଥିଲେ। ସୂଚନା ପାଇବା ମାତ୍ରେ ଦିଲ୍ଲୀ ପୋଲିସ ନାବାଳିକାକୁ ତାଙ୍କ ସ୍ୱାମୀଙ୍କଠାରୁ ଉଦ୍ଧାର କରି ମଣ୍ଡଳ ପୋଲିସକୁ ଲିଖିତ ସୂଚନା ଦେଇଥିଲା। ନାବାଳିକା ପୀଡିତାଙ୍କୁ ଦିଲ୍ଲୀ ପୋଲିସକୁ ଦେଇଥିବା ସୂଚନା ଆଧାରରେ ମଣ୍ଡଳ ପୋଲିସ ଷ୍ଟେସନରେ ଅଭିଯୁକ୍ତଙ୍କ ବିରୋଧରେ ଅପରାଧ ପଞ୍ଜିକୃତ ହୋଇଥିଲା।

ପରେ ନାବାଳିକା ଜଣକ ମଣ୍ଡଳରେ ପହଞ୍ଚିବା ପରେ ପୋଲିସ ତାଙ୍କଠାରୁ ପୁରା ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା। ଏଥିସହ ପୀଡିତା ଜଣଙ୍କୁ ତାଙ୍କ ମା’ ତାଙ୍କୁ ୮୦ ହଜାର ଟଙ୍କାରେ ଦିଲ୍ଲୀରେ ବିବାହ କରିଥିବା କଥା ମଧ୍ୟ ପୋଲିସକୁ ଜଣାଇଛନ୍ତି। ଏହା ତାଙ୍କ ତୃତୀୟ ବିବାହ ଥିଲା, ଏହାପୂର୍ବରୁ ତାଙ୍କ ମା ନାବାଳିକା ଝିଅକୁ ୨ ଥର ବିବାହ କରିଥିଲେ। ପୀଡିତାଙ୍କ ବିବୃତ୍ତିକୁ ଆଧାର କରି ପୋଲିସ ତାଙ୍କ ମା, ୨ ଜଣ ବିବାହିତ ପୁରୁଷଙ୍କ ସମେତ ମୋଟ ୫ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ନାବାଳିକାକୁ ବିବାହ କରିଥିବା ଅଭିଯୁକ୍ତଙ୍କ ସମେତ ଅନ୍ୟ ୨ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି।

Leave a comment