ବର୍ଷ ପରେ ଚାମ୍ପିଅନ ହେଲା ଆର୍ଜେଣ୍ଟିନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କୋପା ଆମେରିକା କପ୍‌ରେ ଚାମ୍ପିଅନ ହେଲା ଆର୍ଜେଣ୍ଟିନା । ଦୀର୍ଘ ୨୮ ବର୍ଷ ପରେ ଲିୟୋନଲ ମେସୀଙ୍କ ନେତୃତ୍ୱରେ ଚାମ୍ପିଅନ ହେଲା ଆର୍ଜେଣ୍ଟିନା । ଶନିବାର ଖେଳାଯାଇଥିବା ଏହି ମୁକାବିଲାରେ ଆର୍ଜେଣ୍ଟିନା ବ୍ରାଜିଲକୁ ୧-୦ ଗୋଲରେ ହରାଇ ଟାଇଟଲ୍ ହାସଲ କରିଛି । ଏହାସହ ୧୫ ଥର ଏହି ଟାଇଟସ ଜିତି ରେକର୍ଡ କରିଛି ।

ଆର୍ଜେଣ୍ଟିନା ତରଫରୁ ଆଞ୍ଜେଲ ଡି ମାରିୟା ଗୋଟିଏ ଗୋଲ କରିଥିଲେ । ଡି ମାରିଆ ଖେଳର ୨୨ ତମ ମିନିଟରେ ପ୍ରତିପକ୍ଷକୁ ଗୋଲ୍ ଦେଇଥିଲେ ।

ଦଳର ଷ୍ଟାର ଫୁଟବଲର ଲିୟୋନଲ ମେସୀଙ୍କ ପାଇଁ ଏହି ଟାଇଟଲ ଖାସ ଅଟେ । କାରଣ ମେସୀ ବିଭିନ୍ନ କ୍ଲବ ତରଫରୁ ଖେଳି ଟାଇଟଲ ଜିତିଥିଲେ ମଧ୍ୟ ନିଜ ଦେଶକୁ କୌଣସି ବଡ ଟାଇଟଲ ଜିତାଇ ନଥିଲେ ।

କଣ ପାଇଁ ଖାସ

ଏହି ଫାଇନାଲ ମୁକାବିଲାରେ ବ୍ରାଜିଲ ଓ ଆର୍ଜେଣ୍ଟିନା ସାମ୍ନାସାମ୍ନି ହୋଇଥିଲେ । ତେବେ କେବଳ ମୁକାବିଲା ଦୁଇ ଦେଶ ନୁହେଁ ବରଂ ଷ୍ଟାର ଷ୍ଟ୍ରାଇକର୍ ଲିୟୋନଲ ମେସୀ ଓ ନେମାରଙ୍କ ମଧ୍ୟରେ ଥିଲା । କିନ୍ତୁ ପ୍ରଥମ ୨୨ ମିନିଟରେ ଆର୍ଜେଣ୍ଟିନା ବ୍ରାଜିଲ ବିରୋଧରେ ଗୋଲ୍ କରିସାରିଥିଲା ।

ସୂଚନାଯୋଗ୍ୟ, ଲିୟୋନଲ ମେସୀଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ୨୦୧୫ ଓ ୨୦୧୬ରେ ଦୁଇଥର ଫାଇନାଲରେ ପହଁଚିଥିଲା । କିନ୍ତୁ ଟାଇଟଲ ଜିତିନଥିଲା । ଦଳ ଶେଷ ଥର ପାଇଁ ୧୯୯୩ରେ କପ୍ ଜିତିଥିଲା ।

Leave a comment