ଆଜିଠୁ ଶସ୍ତାରେ ମିଳିବ ମଦ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶୁକ୍ରବାର ଠାରୁ ସାରା ରାଜ୍ୟରେ ଶସ୍ତାରେ ମଦ ବିକ୍ରି ହେବ। ପଡ଼ୋଶୀ ରାଜ୍ୟ ଗୁଡ଼ିକରେ ମଦ ଦର କମ୍ ଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏନେଇ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।
ମଦ ନିଗମ ୱେବସାଇଟକୁ ଯାଇ ଗ୍ରାହକମାନେ ମଦର ନୂତନ ଦର ସମ୍ପର୍କରେ ତଥ୍ୟ ହାସଲ କରିପାରିବେ। ଅନ୍ୟପକ୍ଷରେ ରାଜ୍ୟରେ ମଦ ଉପରେ କୋଭିଡ୍ ଟ୍ୟାକ୍ସ ଲାଗୁ ହେବା ପରେ ୨୦୦କୋଟି ଟଙ୍କା ଶୁଳ୍କ ଆଦାୟ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, କରୋନା ପାଇଁ ଲକଡାଉନ ଯୋଗୁଁ ସମଗ୍ର ଭାରତ ବର୍ଷରେ ମଦଦୋକାନ ବନ୍ଦ ରହିଥିଲା। ପରେ ରାଜ୍ୟ ସରକାର ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ଏପରିକି ମଦ ଉପରେ କୋଭିଡ୍ ଟ୍ୟାକ୍ସ ୫୦% ଲଗାଇଥିଲେ। ଯାହାଦ୍ୱାରା ମଦ୍ୟପଙ୍କୁ ସର୍ବାଧିକ ବିକ୍ରି ଦର ଉପରେ ୫୦% ଟ୍ୟାକ୍ସ ଦେବାକୁ ପଡୁଥିଲା।