ବିବାହ ପରେ କାହିଁକି ମହିଳାଙ୍କ ସ୍ୱଭାବରେ ଆସିଥାଏ ପରିବର୍ତ୍ତନ

ବିବାହ ପରେ ମହିଳା ହୁଅନ୍ତୁ କିମ୍ବା ପୁରୁଷଙ୍କ ଆଚରଣରେ ପରିବର୍ତ୍ତନ ଆସେ। କିନ୍ତୁ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଏଥିରେ ଅଧିକ ପ୍ରଭାବିତ ହୁଅନ୍ତି। ଶାଶୁ ଘର ଗଲା ପରେ ମହିଳାମାନେ ତାଙ୍କ ଅନେକ ଅଭ୍ୟାସ ବଦଳାନ୍ତି। ଏଥି ସହିତ ଶାଶୁ ଘରେ କନ୍ୟା ପାଇଁ ସବୁକିଛି ନୂଆ ଅଟେ। ଅନେକ ସମୟରେ ଦେଖାଯାଏ ଯେ ବିବାହ ପରେ ମହିଳାମାନେ କ୍ରୋଧିତ ଏବଂ ଚିଡଚିଡା ହୁଅନ୍ତି। ଆସନ୍ତୁ ଜାଣିବା ଏହାର ପଛର କାରଣ, ବିବାହ ପରେ ମହିଳାମାନେ କାହିଁକି ବିରକ୍ତ ହୁଅନ୍ତି?
ଶାଶୁଘରେ ବାପଘର ଭିଳି ପରିବେଶ ମିଳେନାହିଁ-
ମହିଳାଙ୍କୁ ଶାଶୁଘରେ ବାପଘର ଭଳି ପରିବେଶ ମିଳିବା ଟିକେ କଷ୍ଟସାଧ୍ୟ ହୋଇପାରେ। ପିତାମାତା ଠାରୁ ଆରମ୍ଭ କରି ଭାଇ ଭଉଣୀ ସମସ୍ତେ ଝିଅକୁ ବୁଝିପାରନ୍ତି। କିନ୍ତୁ ଶାଶୁଘରେ ଏପରି ପରିବେଶ ସହଜରେ ମିଳେନାହିଁ। ଏଥି ସହିତ, ମହିଳାମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ଭିଳି ଏକୁଟିଆ ପରିସ୍ଥିତି ଦେଇ ଗତି କରିବାକୁ ପଡେ, ଯେଉଁ କାରଣରୁ ମହିଳାମାନେ ବିରକ୍ତ ହୁଅନ୍ତି।
ଆତ୍ମୀୟତା ମିଳେ ନାହିଁ-
ଗୋଟିଏ ଝିଅକୁ ତାଙ୍କ ଘର ଏବଂ ପରିବାର ଛାଡି ତାଙ୍କ ଶାଶୁ ଘରକୁ ଯିବାକୁପଡେ। ସେଠାରେ ସେ ଯେଉଁଭଳି ପରିବେଶ ଚାହାନ୍ତି ତାଙ୍କୁ ସେହିଭଳି ପରିବେଶ ମିଳିନଥାଏ।। ବାପଘରେ ତାଙ୍କ ସହ ଯେଉଁଭଳି ବ୍ୟବହାକ କରାଯାଏ ସେହିଭଳି ବ୍ୟବହାର ଶାଶୁଘରେ କରାଯାଏ ନାହିଁ। ସେଥିପାଇଁ ମହିଳାମାନେ ଧୀରେ ଧୀରେ କ୍ରୋଧିତ ଏବଂ ଚିଡଚିଡା ହେବାକୁ ଲାଗନ୍ତି। ଆଉ ନିଜ କ୍ରୋଧକୁ ସ୍ତ୍ରୀମାନେ ସ୍ୱାମୀଙ୍କ ଉପରେ ଉତାରିଦିଅନ୍ତି।
ଅଧୁରା ସ୍ୱପ୍ନ ହେତୁ-
ସମସ୍ତ ଝିଅ ସେମାନଙ୍କର ସ୍ୱପ୍ନ ପୂରଣ କରିବା ପରେ ବିବାହ କରିବେ ସେମିତି ନୁହେଁ। ଅଧିକାଂଶ ଝିଅ ସେମାନଙ୍କର ସ୍ୱପ୍ନ ପୂରଣ ହେବା ପୂର୍ବରୁ ବିବାହ କରନ୍ତି। ସେମାନେ ପ୍ରୟାସ କରନ୍ତି ଯେ, ଶାଶୁଘରକୁ ଯାଇ ନିଜ ଅଧୁରା ସ୍ୱପ୍ନ ପୂରଣ ହେବ। କିନ୍ତୁ ଯଦି ସ୍ୱାମୀ ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ସହଭାଗୀ ହୁଅନ୍ତି ନାହିଁ, ତେବେ ଏହା ଏକ ଗମ୍ଭୀର ବିଷୟ ହୋଇଯାଏ। ଏହି କାରଣରୁ ଦମ୍ପତିଙ୍କ ମଧ୍ୟରେ ଝଗଡା ମଧ୍ୟ ହୋଇପାରେ।
ତେବେ ସ୍ତ୍ରୀର ଅଧୁରା ସ୍ୱପ୍ନ ପୂରଣ କରିବା ଓ ସେମାନଙ୍କ ଯତ୍ନ ନେବା ସ୍ୱାମୀର କର୍ତ୍ତବ୍ୟ। ତେଣୁ ସ୍ୱାମୀମାନେ ସେମାନଙ୍କ ପତ୍ନୀଙ୍କୁ ସମସ୍ତ କ୍ଷେତ୍ରରେ ସାହାର୍ଯ୍ୟ କରିବା ଉଚିତ। ଯଦି ସ୍ତ୍ରୀ କିଛି କହିବାକୁ ଚାହୁଁଛନ୍ତି ତେବେ, ତାଙ୍କୁ ଶୁଣିବା ଆବଶ୍ୟକ। ଉଚିତ ବୁଝାମଣାରେ ଏକ ସୁସ୍ଥ ପରିବାର ଗଠନ କରାଯାଇ ପାରେ। ତେଣୁ ଅନ୍ୟର ବିଚାରକୁ ସମ୍ମାନ ଦେବା ଜରୁରୀ। ବିଚାରବିମର୍ଶ କରି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତି। ଛୋଟ ଛୋଟ କାର୍ଯ୍ୟରେ ସ୍ତ୍ରୀଙ୍କ ପରାମର୍ଶ ଲୋଡନ୍ତୁ, ଦେଖିବେ ସେ ନିଶ୍ଚୟ ଖୁସି ହେବେ।