କାହିଁକି କୁହାଯାଏ ଖାଇବା ସମୟରେ ପାଣି ସେବନ କରିବା ଉଚିତ ନୁହେଁ ?

ଆମମାନଙ୍କ ମଧ୍ୟରୁ ଅନେକ ବ୍ୟକ୍ତିଙ୍କ ମଧ୍ୟରେ ଖାଇବା ସମୟରେ ପାଣି ପିଇବା ଅଭ୍ୟାସ ମଧ୍ୟ ରହିଛି । କିଛି ଲୋକ ଙ୍କ ର ବିନା ପାଣି ରେ ଖାଦ୍ୟ ଖସି ନଥାଏ । ଗବେଷଣା କହୁଛି ଯେ ଖାଇବା ସମୟରେ ଯଦି ସେଭଳି ଆବଶ୍ୟକ ନହଉଛି ତେବେ ପାଣି ପିଇବା ଅଭ୍ୟାସ କରିବା ଉଚିତ୍ ନୁହେଁ । କୁହାଯାଉଛି ଯେ ଖାଇବା ସମୟରେ ପାଣି ଭଳି ତରଳ ପଦାର୍ଥ ସେବନ କରିବା ଦ୍ୱାରା ପାଚନ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ ।ଏହି କାରଣରୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ମଧ୍ୟ ଦେଖା ଦେଇଥାଏ ।
– ଗବେଷକ ଙ୍କ ମତରେ ଖାଦ୍ୟ ଖାଇବାର ୩୦ ମିନିଟ ପୂର୍ବରୁ ଓ ୩୦ ମିନିଟ ପରେ ପାଣି ପିଇବା ଆବଶ୍ୟକ । ପାଚନ ସମୟରେ , ପେଟରେ ଥିବା ଏସିଡ ଆମେ ଖାଉଥିବା ଖାଦ୍ୟ କୁ ଭାଙ୍ଗିଥାଏ । କିନ୍ତୁ ଯେତେବେଳେ ଆମେ ପାଣି ପିଇଦେଉ ସେତେବେଳେ ଏହି ଏସିଡ ଖୁବ୍ ପତଳା ହୋଇଯାଏ । ଗବେଷକ ଙ୍କ ମତରେ ଏହାଦ୍ବାରା ପାଚନ ସମସ୍ୟା ପ୍ରଭାବିତ ହୋଇଥାଏ ।
– ଗବେଷଣା ଅନୁସାରେ ଖାଦ୍ୟ ସହିତ ପାଣି ଆମ ପାଚନ କୁ ପ୍ରଭାବିତ କରିଥାଏ ।ଖାଇବା ସମୟରେ ପାଣି ପିଇବା ଦ୍ଵାରା ଏସିଡିଟି ସମସ୍ୟା ଦେଖା ଦେଇଥାଏ । ଖାଦ୍ୟ ଠିକ୍ ଭାବରେ ହଜମ ହୋଇ ନଥାଏ ।
– ଭୋଜନ ସମୟରେ ପାଣି ପିଇବା କିମ୍ବା ଭୋଜନ ପରେ ତୁରନ୍ତ ପାଣି ପିଇବା ଦ୍ଵାରା ଓଜନ ବୃଦ୍ଧି ହୋଇଥାଏ । ଯାହାକି ଶରୀର ପାଇଁ ଠିକ୍ ନୁହେଁ । ଏହାଛଡା ଖାଇ ସାରିବା ପରେ କୌଣସି ପ୍ରକାରର ପାନୀୟ ଯେପରିକି କୋଲ୍ଡ ଡ୍ରିଙ୍କ କିମ୍ବା ଜୁସ ସେବନ ଦ୍ଵାରା ମଧ୍ୟ ଓଜନ ବୃଦ୍ଧି ହୋଇଥାଏ ।
– ଖାଇବା ସମୟରେ ବାରମ୍ବାର ପାଣି ପିଇବା ଦ୍ଵାରା କୋଷ୍ଠ କଠିନ୍ୟ ସମସ୍ୟା ଦେଖା ଦେଇଥାଏ ଓ ପେଟ ସଫା ହୋଇ ନଥାଏ ।ତେଣୁ ଗବେଷଣା ଅନୁସାରେ ଆବଶ୍ୟକ ନପଡ଼ିଲେ ଖାଇବା ସମୟରେ ଆଦୌ ପାଣି ପିଇବା ଉଚିତ୍ ନୁହେଁ । ଏହାଛଡା ଖାଇବାର ୩୦ ମିନିଟ ପରେ ପାଣି ପିଇବା ଆବଶ୍ୟକ ।
– ଖାଇବା ସମୟରେ ପାଣି ପିଇବା ଦ୍ଵାରା ଗଷ୍ଟ୍ରିକ ସମସ୍ୟା ଉପୁଜି ଥାଏ । ଯେଉଁ କାରଣରୁ ଛାତିରେ ଜ୍ଵଳନ ସହିତ ଆମ୍ବିଳା ହେକୁଟି ଆସିଥାଏ ଓ ପାଚନ ତନ୍ତ୍ର ପ୍ରଭାବିତ ହୁଏ । ଖାଦ୍ୟ ଖାଇବାକୁ ଇଚ୍ଛା ହୋଇ ନଥାଏ ଓ ପେଟ ଭର୍ତ୍ତି ହୋଇ ରହିବା ଭଳି ଅନୁଭବ ହୋଇଥାଏ ।