କାହିଁକି କରାଯାଏ ଦେବାଦେବୀଙ୍କ ମନ୍ଦିରରେ ପରିକ୍ରମା ଓ ଏହାର ବିଧି ଜାଣିବା

0

ହିନ୍ଦୁଧର୍ମରେ ଦେବାଦେବୀଙ୍କ ପୂଜା ତାଙ୍କୁ ସ୍ନାନ କରାଇବା, ବସ୍ତ୍ର ପିନ୍ଧାଇବା, ଶୃଙ୍ଗାର କରାଇବା, ଧୂପ-ଦୀପ-ଭୋଗ ଲଗାଇବା ବ୍ୟତୀତ ପରିକ୍ରମା କରିବା ମଧ୍ୟ ପୂଜନ ର ଗୋଟିଏ ମହତ୍ୱପୂର୍ଣ୍ଣ ଅଂଶ ଅଟେ l ସନାତନ ଧର୍ମର ମାନ୍ୟତା ଅନୁସାରେ ମନ୍ଦିର କିମ୍ବା ଭଗବାନ ଙ୍କ ପ୍ରତିମାର ପରିକ୍ରମା କରିବା ଦ୍ୱାରା ସକାରାତ୍ମକ ଓ ପବିତ୍ରତା ବୃଦ୍ଧି ହୋଇଥାଏ l

ପରିକ୍ରମା କରିବା ଦ୍ୱାରା ମନରେ ସୁଖ-ଶାନ୍ତି ଲାଭ ହୋଇଥାଏ କିନ୍ତୁ ପରିକ୍ରମା ର ଫଳ ସେତେବେଳେ ମିଳିଥାଏ ଯେତେବେଳେ ଏହି ନିୟମର ପାଳନ କରାଯାଇ ଥାଏ l ଜାଣନ୍ତୁ କେଉଁ ଦେବଦେବୀ ଙ୍କର କେତେଥର ପରିକ୍ରମା କରିବା ଆବଶ୍ୟକ, ପରିକ୍ରମର ଠିକ ବିଧି ଓ ମନ୍ତ୍ର କଣ ରହିଛି ଆସନ୍ତୁ ଜାଣିବା l

-ମହାଦେବ ମନ୍ଦିର କୁ ଅଧା ପରିକ୍ରମା କରିବା ଜରୁରୀ l ଏବଂ ଓଁ ନମଃ ସିବେ ପାଠ କରନ୍ତୁ ପରିକ୍ରମା ସମୟରେ l

-ଭଗବାନ ବିଷ୍ଣୁ ଙ୍କ ମନ୍ଦିର କୁ ୫ଥର ପରିକ୍ରମା କରିବା ଆବଶ୍ୟକ l ଏବଂ ଏହି ସମୟରେ ଓଂ ନମୋ ଭଗବତେ ବାସୁଦେବାୟ ନମଃ ପାଠ କରନ୍ତୁ l

– ବଜରଙ୍ଗବାଲୀ ହନୁମାନ ଙ୍କୁ ୩ଥର ପରିକ୍ରମା କରନ୍ତୁ ଏବଂ ଓଂ ହନୁ ହନୁ ହନୁ ହନୁମତୟେ ନମଃ ମନ୍ତ୍ର ପାଠ କରନ୍ତୁ l

-ମା ଦୁର୍ଗା ଙ୍କ ସହିତ ସମସ୍ତ ଦେବୀ ଙ୍କ ମନ୍ଦିର କୁ ଥରେ ମାତ୍ର ପରିକ୍ରମା କରନ୍ତୁ ଏବଂ ଯଦି କୌଣସି ମନ୍ତ୍ର ଜାଣି ନାହାନ୍ତି ତେବେ ନିଜ ଇଷ୍ଟ ଦେବୀଙ୍କ ନାମ ପାଠ କରନ୍ତୁ l

-ସୂର୍ଯ୍ୟ ଦେବଙ୍କ ମନ୍ଦିର କୁ ୭ଥର ପରିକ୍ରମା କରନ୍ତୁ, ଏହା ଶକ୍ତି ଓ ଉର୍ଜା ଦେଇଥାଏ l

-ଭଗବାନ ଗଣପତି ଙ୍କ ମନ୍ଦିର କୁ ୩ଥର ପରିକ୍ରମା କରନ୍ତୁ , ଏବଂ ଓଂ ଗଣପତୟେ ନମଃ ପାଠ କୃରନ୍ତୁ l

– ଆଉ ଯଦି ଶନିବାର ଦିନ ଓସ୍ତ ବୃକ୍ଷ କୁ ପରିକ୍ରମା କରୁଛନ୍ତି ତେବେ ୧୦୮ ଥର ପରିକ୍ରମା କରନ୍ତୁ l

କିଭଳି କରିବେ ପରିକ୍ରମା –
ସବୁବେଳେ ଭଗବାନ ଙ୍କ ମନ୍ଦିର କୁ ଘଡି ବା ଘଣ୍ଟା ର କଣ୍ଟା ଅନୁସାରେ କରିବା ଜରୁରୀ l ମନ୍ଦିର ଗୋଟିଏ ପବିତ୍ର ସ୍ଥାନ ଅଟେ, ଏବଂ ଘଣ୍ଟ ଧ୍ୱନି ଜପ ତପ ସକାରାତ୍ମକ ଉର୍ଜା ପ୍ରଭାହିତ ହୋଇଥାଏ l ଦକ୍ଷିଣ ଦିଗରୁ ପରିକ୍ରମା କରିବା ଦ୍ୱାରା ମାନସିକ ଉତେଜନା ଦୂର ହୋଇଥାଏ, ଆଧ୍ୟାତ୍ମିକ ଜ୍ୟୋତି ଜୀବନ ରେ ଜାଗ୍ରତ ହୋଇଥାଏ l

Leave a comment