କେଉଁମାନଙ୍କର ଚରଣ ସ୍ପର୍ଶ କରି ଆଶୀର୍ବାଦ ନେବା ଉଚିତ ଓ କାହାର ନୁହେଁ; ଏହାର ପ୍ରକ୍ରିୟା ନିୟମ କ’ଣ ରହିଛି ?
ହିନ୍ଦୁ ଧର୍ମରେ ଗୁରୁଜନ ମାନଙ୍କର ଚରଣ ସ୍ପର୍ଶ କରି ଆଶୀର୍ବାଦ ନେବାକୁ ଗୋଟିଏ ଭଲ ସଂସ୍କାର ଭାବରେ ଗ୍ରହଣ କରାଯାଇ ଥାଏ l ଚରଣ ସ୍ପର୍ଶ କରିବା ଦ୍ୱାରା ମଣିଷ ଅନେକ ଲାଭ ପ୍ରାପ୍ତ କରିଥାଏ l ଗୁରୁଜନ ମାନଙ୍କର ଆଶୀର୍ବାଦ ଗ୍ରହଣ କରିବାତ ଖୁବ ଶୁଭ ହୋଇଥାଏ, କିନ୍ତୁ ଭାରତର ଅନେକ ରାଜ୍ୟରେ ସାନ ମାନଙ୍କର ପାଦ ସ୍ପର୍ଶ କରିବା ମଧ୍ୟ ପରମ୍ପରା ରହିଛି l ଚରଣ ସ୍ପର୍ଶ କୁ ନେଇ ଶାସ୍ତ୍ରରେ ଅନେକ ନିୟମ ରହିଛି ଯାହା ଆମେ ଜାଣିବା ନିହାତି ଜରୁରୀ ଅଟେ l
– ଭାରତର ବିଭିନ୍ନ ସ୍ଥାନରେ ଝିଅ ମାନଙ୍କ ଚରଣ ସ୍ପର୍ଶକୁ ବର୍ଜିତ କରାଯାଇଛି l ମାନ୍ୟତା ରହିଛି ଯେ ଛୋଟ କନ୍ୟା କିମ୍ବା ଝିଅ ମାନଙ୍କ ନିକଟରେ ଦେବୀ ବା ଠାକୁରାଣୀଙ୍କ କୃପା ରହିଥାଏ l ତେଣୁ ଛୋଟ ଝିଅ ବା କନ୍ୟା କାହାରି ପାଦ ସ୍ପର୍ଶ କରିବା ଉଚିତ ନୁହେଁ l ଏହି ଝିଅ ମାନଙ୍କ ଚରଣ ସ୍ପର୍ଶ ଗ୍ରହଣ କରିବା ଦ୍ୱାରା ଆପଣ ପାପର ଭାଗି ହୋଇ ଥାଆନ୍ତିl
– ଉତ୍ତର ଭାରତର ଅନେକ ରାଜ୍ୟରେ ମହତ୍ୱ ରହିଛି ଯେ ମାମୁଁ – ମାଇଁ ଙ୍କ ଚରଣ ସ୍ପର୍ଶ ଭଣଜା ଭାଣିଜୀ କରିବା ଉଚିତ ନୁହେଁ l ଭଣଜା – ଭାଣିଜୀ , ମାମୁଁ ଏବଂ ମାଇଁ ଙ୍କ ପାଇଁ ପୂଜନୀୟ ଅଟନ୍ତି l ଭଣଜା ଭାଣିଜୀ ଚରଣ ସ୍ପର୍ଶ କରିବା ଦ୍ୱାରା ମାମୁଁ-ମାଇଁଙ୍କ ଜୀବନ ରେ ବିଘ୍ନ ଆସିଥାଏ l
– ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଖୁବ ପବିତ୍ର ଓ ବୁଝାମଣା ମଧ୍ୟରେ ଚାଲିଥାଏ l କିନ୍ତୁ ଏଭଳି ସ୍ଥିତିରେ ମଧ୍ୟ ସ୍ୱାମୀ କଦାପି ସ୍ତ୍ରୀର ପାଦକୁ ସ୍ପର୍ଶ କରିବା ଉଚିତ ନୁହେଁ l ଏହାଦ୍ୱାରା ଜୀବନ ରେ ବିଭିନ୍ନ ବାଧାବିଘ୍ନ ଆସିଥାଏ ଓ ସମ୍ପର୍କ ରେ ଫାଟ ଆସିଥାଏ l
– କଦାପି ଶୋଇଥିବା ବ୍ୟକ୍ତିର ଚରଣ ସ୍ପର୍ଶ କରିବା ଉଚିତ ନୁହେଁ l ଏହାଦ୍ୱାରା ଅଶୁଭ ସଂକେତ ମିଳିଥାଏ କିମ୍ବା କିଛି ଅଶୁଭ କାର୍ଯ୍ୟ ଘଟିଥାଏ l
– ଶାସ୍ତ୍ରରେ କୁହାଯାଇଛି ଯେ ମାତାପିତା , ଗୁରୁ, ପରିବାରର ବୟସ୍କ ମାନଙ୍କର ଚରଣ ସ୍ପର୍ଶ କରିବା ଦ୍ୱାରା ଜୀବନ ରେ ସମ୍ପନ୍ନତା ଆସିଥାଏ ଓ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ l