ସ୍ମାର୍ଟ ୱାଚ ପିନ୍ଧିବା ଦ୍ୱାରା ଶରୀର ଉପରିପଡିଥାଏ ଏଭଳି ପ୍ରଭାବ ? ଗବେଷଣାରୁ ମିଳିଛି ଏଭଳି ଆଶ୍ଚର୍ଯ୍ୟ ତଥ୍ୟ

ଆଜିର ଯାନ୍ତ୍ରିକ ଦୁନିଆରେ ପ୍ରତିଦିନ ନୂଆ ନୂଆ ଜିନିଷ ର ଉଦ୍ଭାବନ ହୋଇ ଚାଲିଛି , ଯାହା ଜୀବନ କୁ ଖୁବ ସହଜ ଓ ସରଳ କରି ଦେଉଛି l ସେହିଭଳି ଗୋଟିଏ ଜିନିଷ ହେଲା ସ୍ମାର୍ଟ ୱାଚ , ଯାହାକି ଭାରତରେ ଗତ କିଛି ବର୍ଷ ହେବ ଖୁବ ବ୍ୟବହୃତ ହେଉଛି l କାଉଣ୍ଟର ପଏଣ୍ଟ ରିସର୍ଚ୍ଚ ର ରିପୋର୍ଟ ଅନୁସାରେ ଜୁନ ମାସ ପୂର୍ବରୁ ଭାରତ ଚୀନ କୁ ପଛରେ ପକାଇ ଦ୍ଵିତୀୟ ସ୍ମାର୍ଟ ୱାଚ ବଜାର ବିଶ୍ୱର ହୋଇଥିଲା l ରିସର୍ଚ୍ଚ ଫର୍ମ କାଉଣ୍ଟର ପଏଣ୍ଟ ର ଅନୁସାରେ ବିଶ୍ୱର ସ୍ମାର୍ଟ ଫୋନ ବଜାରରେ ଭାରତର ଭାଗିଦାରୀ ଜୁଲାଇ – ସେପ୍ଟେମ୍ବର ୨୦୨୨ ମଧ୍ୟରେ ୩୦ ପ୍ରତିଶତ ବୃଦ୍ଧି ପାଇଥିଲା , ଉତ୍ତର ଆମେରିକାରେ ୨୫ ପ୍ରତିଶତ ଓ ଚୀନ ରେ ୧୬ ପ୍ରତିଶତ ରୁ ଅଧିକ ଥିଲା l
ଆଜିକାଲି ର ଯୁବ ସମାଜ ଙ୍କର ପ୍ରଥମ ପସନ୍ଦ ସ୍ମାର୍ଟ ୱାଚ ରହୁଛି l ପ୍ରାୟ ସମସ୍ତ ଯୁବକ ଚାହୁଁଛନ୍ତି ତାଙ୍କ ହାତରେ ଗୋଟିଏ ସ୍ମାର୍ଟ ୱାଚ ରହୁ, ଯାହା ତାଙ୍କ ସ୍ୱାସ୍ଥ୍ୟ କୁ ମନିଟର କରିବା ସହିତ, ତାଙ୍କର ଅନେକ ଗୁଡିଏ କାର୍ଯ୍ୟକୁ ସରଳ କରିଦେଉ l ଯେପରିକି ଫୋନ କଲ ଆସିଲେ ବିନା ଫୋନ ରେ ମଧ୍ୟ ସ୍ମାର୍ଟ ୱାଚ ଜରିଆରେ ସହଜ ରେ କଥା ହୋଇ ପାରିବେ l ଗୁଗୁଲ ମ୍ୟାପ ମଧ୍ୟ ଦେଖି ପାରିବେ ଓ କାଲ୍କୁଲେଟର ଭଳି ବ୍ୟବହାର ମଧ୍ୟ କରିପାରିବେ l କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ସ୍ମାର୍ଟ ୱାଚ ଶରୀର ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ l
– ସ୍ମାର୍ଟ ୱାଚ ଇଲେକ୍ଟ୍ରୋ ମାଗ୍ନେଟିକ ଫିଲଡ ରେଡ଼ିଏସନ ସୃଷ୍ଟି କରିଥାଏ ଯାହା ଆମର ଶରୀର ପାଇଁ ଠିକ ନୁହେଁ l ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ମାର୍ଟ ୱାଚ ବ୍ୟବହାର କରିବା ଠିକ ନୁହେଁ l କିଛି ଲୋକ ନିଜ ସ୍ଲିପିଂ ସାଇକିଲ କୁ ମନିଟର କରିବା ପାଇଁ ସ୍ମାର୍ଟ ୱାଚ ଧାରଣ କରି ଶୋଇ ଥାଆନ୍ତି l ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ l କାହିଁକି ନା ଇଲେକ୍ଟ୍ରୋ ମାଗ୍ନେଟିକ ଫିଲଡ ର ନିକଟତର ହୋଇ ଶୋଇବା ରାତିରେ ଠିକ ନୁହେଁ l
– ଯଦି ଆପଣ ୨୪ ଘଣ୍ଟା ଧରି ସ୍ମାର୍ଟ ୱାଚ ଧାରଣ କରୁଛନ୍ତି ଏଥିରୁ ବାହାରୁଥିବା ରେଡ଼ିଏସନ ଆପଣଙ୍କ ଅନିଦ୍ରାର କାରଣ ମଧ୍ୟ ହୋଇପାରେ l ଏହାଛଡା ଏହି ରେଡ଼ିଏସନ ଶରୀରର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ କୁ ମଧ୍ୟ କ୍ଷତି ଘଟାଇଥାଏ l ସକାଳ ୱାର୍କ ଆଉଟ ସମୟ ରେ ମଧ୍ୟ ଯଦି ଧାରଣ କରୁଛନ୍ତି ତେବେ ଖୁବ କମ ସମୟ ପାଇଁ ପିନ୍ଧନ୍ତୁ l
– ଏହି ରେଡ଼ିଏସନ କାରଣରୁ ମସ୍ତିଷ୍କ ନିଜର କାର୍ଯ୍ୟ ଦକ୍ଷତା ହ୍ରାସ କରିଥାଏ, ଧୀରେ ଧୀରେ ମଣିଷର ମାନସିକ ଚାପ ବୃଦ୍ଧି ହେବାର ଗୋଟିଏ ବଡ କାରଣ ହେଉଛି ସ୍ମାର୍ଟ ୱାଚ ରୁ ବାହାରୁଥିବା ଇଲେକ୍ଟ୍ରୋ ମାଗ୍ନେଟିକ l ଯାହା ମସ୍ତିଷ୍କ କୁ ନିଷ୍କ୍ରିୟ କରିବାରେ ସାହାଯ୍ୟ କରିଥାଏ l
– ଗୋଟିଏ ଅଧ୍ୟୟନ ଅନୁସାରେ ସ୍ମାର୍ଟ ୱାଚ କୁ ଆପଣ ଶୋଇବାର ନିହାତି ୧୦ ଘଣ୍ଟା ପୂର୍ବରୁ ହାତରୁ ବାହାର କରିଦେବା ଆବଶ୍ୟକ l କାରଣ ଚିକିତ୍ସା ବିଜ୍ଞାନ କ୍ଷେତ୍ର ରେ ଏହାକୁ ଗୋଟିଏ ଛୋଟ କମ୍ପ୍ୟୁଟର ସହିତ ତୁଳନା କରାଯାଇଛି l ଯାହାକି ଶରୀର ପାଇଁ ଶୋଇବା ସମୟରେ ଧାରଣ କରିବା ଆଦୌ ହିତକର ନୁହେଁ l
– ଏହି ଅଧ୍ୟୟନ ରେ ପ୍ରାଞ୍ଜଳ ଭାବରେ କୁହାଯାଇ ଥିଲା ଯେ ଯେ କୌଣସି ଇଲେକ୍ଟ୍ରୋନିକ ଡିଭାଇସ ହେଉ ନା କାହିଁକି ତାହା ଶୋଇବା ସମୟରେ ନିଜ ନିକଟରେ ରଖି ଶୋଇବା ଉଚିତ ନୁହେଁ l ଏଥିରୁ ବାହାରୁଥିବା ରେଡ଼ିଏସନ ଦ୍ୱାରା ଅନେକ ଶାରୀରିକ ସମସ୍ୟା ଦେଖାଦେଇ ପାରେ , ତେଣୁ ସ୍ମାର୍ଟ ୱାଚ ମଧ୍ୟ ୨୪ ଘଣ୍ଟା ନିଜ ହାତରେ ବାନ୍ଧିବା ଠିକ ନୁହେଁ l