୪ ବର୍ଷ ପାଇଁ ବାସନ୍ଦ ହେଲେ ଭାରୋତ୍ତଳକ କେ ରବିକୁମାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଆ ଭାରୋତ୍ତଳକ କେ ରବିକୁମାରଙ୍କୁ ନାସନାଲ୍ ଆଂଟି ଡୋପିଂ ଏଜେନ୍ସି ବା ନାଡା ୪ ବର୍ଷ ପାଇଁ ବାସନ୍ଦ କରିଛି । ରବିକୁମାରଙ୍କ ସହ ପ୍ରାୟ ୨୫ ଜଣ ଖେଳାଳିଙ୍କୁ ନାଡା ବାସନ୍ଦ କରିଛି । ଏହି ସମସ୍ତ ଖେଳାଳି ଡୋପିଂ ନିୟମଉଲଂଘନ କରିଥିବା ଅଭିଯୋଗ ଆସିଛି ।
ସୂଚନା ଅନୁଯାୟୀ, ୨୦୧୯ ମସିହାରେ ଅନ୍ତର୍ଜାତୀୟ ସ୍ତରରେ ଖେଳାଳି ବ୍ୟବହାର କରୁଥିବା ଅନେକ ସାମଗ୍ରୀ ଉପରେ କଟକଣା ଲଗାଯାଇଛି । ୨୦୧୮ ମସିହାରେ କେ ରବିକୁମାର ବ୍ୟବହାର କରିଥିବା ପ୍ରୋଟିନ ଉପରେ ବର୍ତ୍ତମାନ କଟକଣା ଲାଗିଛି । ତେଣୁ ମୂତ୍ର ନମୂନା ପରୀକ୍ଷାରେ ଫେଲ ମାରିଥିଲେ ରବିକୁମାର । ଅଜାଣତରେ ଏପରି ହୋଇଥିବା ରବିକୁମାର ଲିଖିତ ଭାବେ ନାଡାକୁ ଜଣାଇଛନ୍ତି ।ନାଡା ତାଙ୍କ ଆବେଦନ ଗ୍ରହଣ କରିବ ବୋଲି ରବିକୁମାର ଆଶା ରଖିଛନ୍ତି ।
ଦିଲ୍ଲୀ କମନୱେଲଥ ଗେମସ ୨୦୧୦ ମସିହାରେ କେ ରବିକୁମାର ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ନାଡା ତାଙ୍କ ଉପରୁ କଟକଣା ଉଠାଇଲେ ସେ ପୁଣିଥରେ ଅନ୍ତର୍ଜାତୀୟ ଖେଳରେ ଭାଗନେଇ ପାରିବେ ବୋଲି ଆଶା ରଖିଛନ୍ତି ।