ସାପ୍ତାହିକ ରାଶିଫଳ (୦୧ ଅକ୍ଟୋବର ୨୦୨୬ ଠାରୁ ୦୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ)
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ସପ୍ତାହରେ ବୁଧ-ଶୁକ୍ରଙ୍କ ସଂଯୋଗ ହେତୁ ଲକ୍ଷ୍ମୀ-ନାରାୟଣ ଯୋଗ ସୃଷ୍ଟି ହେଉଛି।
୧. ମେଷ -: ବ୍ୟବସାୟରେ ନୂତନ ନିବେଶ ଓ ପଦୋନ୍ନତିର ଯୋଗ ରହିଛି। ରହିଯାଇଥିବା କାମଗୁଡ଼ିକ ପୂରଣ ହେବ।
ସାବଧାନତା: ଘରୋଇ କଳହରୁ ଦୂରେଇ ରୁହନ୍ତୁ ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।
ଉପାୟ: ନିୟମିତ ହନୁମାନ ଚାଳିଶା ପାଠ କରନ୍ତୁ।
୨. ବୃଷ -: ସପ୍ତାହର ମଧ୍ୟଭାଗରୁ କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଓ ଧନ ସଞ୍ଚୟର ନୂଆ ପନ୍ଥା ମିଳିବ । ଚିକିତ୍ସକ ଓ ବ୍ୟବସାୟୀଙ୍କ ପାଇଁ ଶୁଭ ସମୟ।
ସାବଧାନତା: ଚାକିରି ବଦଳାଇବା କିମ୍ବା ବଡ଼ ନିଷ୍ପତ୍ତି ନେବାରେ ତରବରିଆ ହୁଅନ୍ତୁ ନାହିଁ।
ଉପାୟ: ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କର ଆରାଧନା କରନ୍ତୁ।
୩. ମିଥୁନ -: ବନ୍ଧୁ ଓ ନେଟୱର୍କିଂ ଦ୍ୱାରା ଲାଭ ମିଳିବ। ଜମି-ଜମା କାରବାର ଓ ରିଅଲ ଏଷ୍ଟେଟରୁ ଆର୍ଥିକ ଫାଇଦା ହୋଇପାରେ।
ସାବଧାନତା: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଂକ୍ରମଣରୁ ସାବଧାନ ରୁହନ୍ତୁ।
ଉପାୟ: “ଓଁ ବୁଧାୟ ନମଃ” ମନ୍ତ୍ର ଜପ କରନ୍ତୁ।
୪. କର୍କଟ -: କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିବ। ବ୍ୟବସାୟରେ ଭଲ ଲାଭ ହେବାର ସମ୍ଭାବନା ଅଛି।
ସାବଧାନତା: ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।
ଉପାୟ: ସୋମବାର ଦିନ ଭଗବାନ ଶିବଙ୍କୁ ଧଳା ଫୁଲ ଅର୍ପଣ କରନ୍ତୁ।
୫. ସିଂହ -: କାର୍ଯ୍ୟାଳୟରେ ଆପଣଙ୍କ କାମର ପ୍ରଶଂସା ହେବ। ସମ୍ପତ୍ତି କିମ୍ବା ଯାନବାହାନ କିଣିବାର ଯୋଗ ରହିଛି।
ସାବଧାନତା: ବଜେଟ୍ ବାହାରେ ଅତିରିକ୍ତ ଖର୍ଚ୍ଚ କରନ୍ତୁ ନାହିଁ।
ଉପାୟ: ପ୍ରତିଦିନ ସୂର୍ଯ୍ୟଦେବଙ୍କୁ ତମ୍ବା ପାତ୍ରରେ ଜଳ ଅର୍ଘ୍ୟ ଦିଅନ୍ତୁ।
୬. କନ୍ୟା -: ସଫଳତା ଓ ଉନ୍ନତିର ସମୟ। ଅଟକି ଥିବା ଅର୍ଥ ମିଳିବ ଓ ବାହନ/ଜମି କ୍ରୟ ସ୍ୱପ୍ନ ପୂରଣ ହୋଇପାରେ।
ସାବଧାନତା: କୌଣସି ବି କାମରେ ଅତ୍ୟଧିକ ତରବର ହୁଅନ୍ତୁ ନାହିଁ।
ଉପାୟ: ଗଣେଶ ଭଗବାନଙ୍କୁ ଦୂର୍ବା ଚଢ଼ାନ୍ତୁ।
୭. ତୁଳା -: ବୁଧ-ଶୁକ୍ର ଙ୍କ ଯୁତି ହେତୁ ଆକସ୍ମିକ ଧନଲାଭ ଓ କ୍ୟାରିୟରରେ ବଡ଼ ସଫଳତା ମିଳିପାରେ।
ସାବଧାନତା: ସମ୍ପର୍କ ମଧ୍ୟରେ ଭୁଲ ବୁଝାମଣା ବଢ଼ିବାକୁ ଦିଅନ୍ତୁ ନାହିଁ।
ଉପାୟ: କନ୍ୟାମାନଙ୍କୁ ମିଷ୍ଟାନ୍ନ ଦାନ କରନ୍ତୁ।
୮. ବିଛା -: ପେଣ୍ଡିଂ କାମଗୁଡ଼ିକ ଶେଷ ହେବ। ଅଭିଜ୍ଞ ବ୍ୟକ୍ତିଙ୍କଠାରୁ କ୍ୟାରିୟର ପାଇଁ ଭଲ ପରାମର୍ଶ ମିଳିବ।
ସାବଧାନତା: ଋଣ କିମ୍ବା ଆର୍ଥିକ ନେଣଦେଣରେ ବିଶେଷ ସାବଧାନତା ଅବଲମ୍ବନ କରନ୍ତୁ।
ଉପାୟ: ହନୁମାନଜୀଙ୍କୁ ଲାଲ୍ ଫୁଲ ଅର୍ପଣ କରନ୍ତୁ।
୯. ଧନୁ -: ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟରେ ମନ ନିବେଶ ହେବ ଏବଂ ନୂତନ ଆୟର ପନ୍ଥା ଫିଟିବ।
ସାବଧାନତା: ଦୂର ଯାତ୍ରା ସମୟରେ ନିଜ ସାମଗ୍ରୀର ଯତ୍ନ ନିଅନ୍ତୁ।
ଉପାୟ: ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ ଏବଂ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।
୧୦. ମକର -: କର୍ମକ୍ଷେତ୍ରରେ ସଫଳତା ଓ ଋଣ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିବ। ଆର୍ଥିକ ସ୍ଥିତି ମଜବୁତ୍ ହେବ।
ସାବଧାନତା: ପାରିବାରିକ ବିଷୟରେ ମତଭେଦରୁ ଦୂରେଇ ରୁହନ୍ତୁ।
ଉପାୟ: ଶନିଦେବଙ୍କ ପାଖରେ ରାଶିତେଲର ଦୀପ ଜାଳନ୍ତୁ।
୧୧. କୁମ୍ଭ -: ପଦୋନ୍ନତି ଓ ସମ୍ପତ୍ତିରୁ ଲାଭର ଯୋଗ ରହିଛି। ପୂର୍ବ ନିବେଶରୁ ଭଲ ରିଟର୍ଣ୍ଣ ମିଳିବ।
ସାବଧାନତା: ଅନାବଶ୍ୟକ ଚିନ୍ତା ଓ ମାନସିକ ଚାପରୁ ଦୂରେଇ ରୁହନ୍ତୁ।
ଉପାୟ: ଗରିବ ଲୋକଙ୍କୁ ଅନ୍ନ କିମ୍ବା ବସ୍ତ୍ର ଦାନ କରନ୍ତୁ।
୧୨. ମୀନ -: ସପ୍ତାହର ଆରମ୍ଭରେ ବ୍ୟବସାୟିକ କ୍ଷେତ୍ରରେ ବଡ଼ ଚୁକ୍ତି କିମ୍ବା କଣ୍ଟ୍ରାକ୍ଟ ମିଳିପାରେ। ଧାର୍ମିକ ଯାତ୍ରାର ଯୋଗ ଅଛି।
ସାବଧାନତା: ଖର୍ଚ୍ଚ ବୃଦ୍ଧି ପାଇପାରେ, ବଜେଟ୍ ପ୍ରତି ଧ୍ୟାନ ଦିଅନ୍ତୁ।
ଉପାୟ: ଜଳରେ ହଳଦୀ ପକାଇ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ।
ଜ୍ୟୋତିର୍ବିଦ୍ ଅମର କେଶରୀ ସିଂହଦେଓ
ଭୁବନେଶ୍ୱର.
ମୋ – ୯୪୩୮୪୬୪୨୪୪.