ଟ୍ୟୁମର ପୀଡ଼ିତା ସୀମା ନାୟକଙ୍କୁ ସହାୟତାର ହାତ ବଢାଇଲା ‘ଉଇ ଫର ଭୁବନେଶ୍ୱର’

0

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟ୍ୟୁମରରେ ଆକ୍ରାନ୍ତ ହୋଇଥିବା ପୁରୁଣା ଷ୍ଟେସନ ବଜାର ଅଂଚଳର ସୀମା ନାୟକଙ୍କୁ ‘ଉଇ ଫର ଭୁବନେଶ୍ୱର’ ସଦସ୍ୟମାନେ ଭେଟିଛନ୍ତି । ଏହି ସମୟରେ ତାଙ୍କୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ସହ ମାସିକ ଘର ଚଳିବାକୁ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ ଓ ମୋ ପରିବାର ପକ୍ଷରୁ ସହାୟତା ଯୋଗାଇଦେବା ଲାଗି ଉଦ୍ୟମ କରିବେ ବୋଲି ସଦସ୍ୟମାନେ କହିଛନ୍ତି ।

ସୂଚନା ଅନୁସାରେ, ଭୁବନେଶ୍ୱର ୪୨ ନମ୍ବର ୱାର୍ଡର ପିଡବ୍ଲ୍ୟୁଡି ବସ୍ତିରେ ରହୁଥିବା ସୀମା ନାୟକଙ୍କ ଆଖିରେ  ଟ୍ୟୁମର ହୋଇଛି । ଚିକିତ୍ସା କରିବାକୁ ସେ ଅକ୍ଷମ ଥିବାରୁ ଯନ୍ତ୍ରଣାରେ ଦିନ କାଟୁଥିଲେ । ଏନେଇ ‘ଉଇ ଫର ଭୁବନେଶ୍ୱର’ ସଦସ୍ୟମାନେ ଜାଣିବାକୁ ପାଇଥିଲେ । ପରେ ୪୫ ନମ୍ବର ୱାର୍ଡର କର୍ପୋରେଟର ଅମରେଶ ଜେନାଙ୍କ ନେତୃତ୍ୱରେ ସଦସ୍ୟମାନେ ଆଜି ତାଙ୍କ ଘରକୁ ଯାଇ ଭେଟିଥିଲେ । ଏହି ସମୟରେ ସଦସ୍ୟମାନେ ତାଙ୍କୁ ୫ ହଜାର ଟଙ୍କା ପ୍ରଦାନ କରିଥିଲେ । ଆଗକୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ସଦସ୍ୟମାନେ ପ୍ରତିଶ୍ରୁତି ଦେଇଛନ୍ତି । ଏହି ସମୟରେ ‘ଉଇ ଫର ଭୁବନେଶ୍ୱର’ ପକ୍ଷରୁ ପୂର୍ବତନ ଅଧ୍ୟକ୍ଷ ରାଜେନ୍ଦ୍ର ଆଚାର୍ଯ୍ୟ, ପୂର୍ବତନ କର୍ପୋରେଟର ନରେନ୍ ସାହୁ, ଉମାନାଥ ମିଶ୍ର, ସମୀର ପ୍ରଧାନ, ରାଜ କିଶୋର ସାହୁ, ଗୁରୁ ଚରଣ ସାହୁ, ରାମ ପ୍ରଧାନ, ରମlନାଥ ସାମନ୍ତରାୟ, କିଶୋର ମହାନ୍ତି, ବିଶିଷ୍ଟ ସମାଜସେବୀ ବଦ୍ରୀ ନାରାୟଣ ମିଶ୍ର   ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment