କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ, ଦେଖନ୍ତୁ ଭିଡିଓ

0

କର୍ଣ୍ଣାଟକର ହୁବଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତରେ ଢିଲା ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଛି। ହୁବଲିରେ ଜଣେ ଯୁବକ ରୋଡ୍‌ ଶୋ’ କରି ଯାଉଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ କାର ପାଖରେ ପହଞ୍ଚି ଯାଇଥିଲେ। ଯୁବକଙ୍କ ହାତରେ ଏକ ଫୁଲମାଳ ଥିଲା। ଏହି ସମୟରେ ମୋଦି କାର ଡୋର୍‌ରେ ଛିଡ଼ା ହୋଇ ଲୋକଙ୍କୁ ଅଭିବାଦନ ଜଣାଉଥିଲେ।

ଯଦିଓ ଯୁବକ ପିଏମ୍‌ଙ୍କ ପାଖରେ ପହଞ୍ଚିବା କ୍ଷଣି ହିଁ ସୁରକ୍ଷା କର୍ମୀମାନେ ତାଙ୍କୁ କାବୁ କରି ନେଇଥିଲେ ଏବଂ ତାଙ୍କୁ ପଛକୁ ଠେଲି ଦେଇଥିଲେ। ପୋଲିସ କମିଶନର ଏହି ମାମଲା ଉପରେ ବୟାନ ଦେଇ କହିଛନ୍ତି ଯେ ଏହା ସୁରକ୍ଷା କ୍ଷେତ୍ରରେ ଢ଼ିଲା ନୁହେଁ। ପ୍ରଧାନମନ୍ତ୍ରୀ ମୋଦି କର୍ଣ୍ଣାଟକରେ ୨୬ତମ ଜାତୀୟ ଯୁବ ମହୋତ୍ସବରେ ଯୋଗଦେବା ପାଇଁ ପହଞ୍ଚିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ହୁବଲିରେ ୨୬ତମ ଜାତୀୟ ଯୁବ ମହୋତ୍ସବ ଉଦଘାଟନ କରିବା ପାଇଁ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମଇ, ରାଜ୍ୟପାଳ ଥାୱରଚନ୍ଦ ଗେହଲତ୍‌, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଅନୁରାଗ ସିଂ ଠାକୁରଙ୍କ ସହ ଅନ୍ୟ ନେତାମାନେ ମଧ୍ୟ ସାମିଲ ହେବେ।

ଉଦ୍‌ଘାଟନୀ ସମାରୋହ ପରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ଯିବେ। ପାଞ୍ଚ ଦିବସୀୟ ଏହି କାର୍ଯ୍ୟକ୍ରମ ଜାନୁଆରୀ ୧୬ ପର୍ଯ୍ୟନ୍ତ ଚାଲିବ ଏବଂ ଉଦଘାଟନୀ ସମାରୋହରେ ୩୦,୦୦୦ରୁ ଅଧିକ ଲୋକ ସାମିଲ ହେବେ ବୋଲି ଆଶା କରାଯାଉଛି।

Leave a comment