ଦୁଇଦିନ ଭର୍ଚୁଆଲ ରାଲି କରିବେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଉପ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି । ତିନି ଦଳର ପ୍ରାର୍ଥୀଙ୍କ ପାଇଁ ନିଜ ନିଜ ଦଳର ନେତାମାନେ ପ୍ରଚାର କରୁଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ରାଲି ମାଧ୍ୟମରେ ପ୍ରଚାର ମୈଦାନକୁ ଓହ୍ଲାଇବେ। ଆସନ୍ତାକାଲି ତିର୍ତ୍ତୋଲ ଓ ୨୯ ତାରିଖରେ ବାଲେଶ୍ୱର ଆସନ ପାଇଁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ରାଲି କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ବୋଲି ଜଣାପଡିଛି।