ଟଙ୍କା ପାଇଁ ପ୍ରେମିକ ଭାଇରାଲ୍ କଲା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟଙ୍କା ପାଇଁ ପ୍ରେମର ଅନ୍ତରଙ୍ଗ ମୁହୂର୍ତ୍ତ କୁ ଭାଇରାଲ୍ କଲା ପ୍ରେମିକ । ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରେ। ପ୍ରେମିକାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ତାଙ୍କ ଗାଁରେ ଦେଖାହୁଏ ଜଣେ ଯୁବକ ସହିତ । ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ଗଢିଉଠେ ପ୍ରେମ ସମ୍ପର୍କ । ଯୁବତୀ ଜଣକ ଭୁବନେଶ୍ୱର ରେ ରହି ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିବାରୁ ମଝିରେ ମଝିରେ ପ୍ରେମିକ ଚାଲିଆସେ ପ୍ରେମିକକୁ ଦେଖାକରିବାକୁ । ଉଭୟ ସାଙ୍ଗହୋଇ ସମୟ ବିତାନ୍ତି । ସେମାନେ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ପ୍ରେମିକାର ଅଜାଣତରେ ଉଠାଇ ରଖେ ପ୍ରେମିକ ।
ତାପରେ ଆରମ୍ଭ ହୁଏ ବ୍ଲାକମେଲିଂ । ପ୍ରେମିକ ପ୍ରତି ମାସ ୨୦୦୦ଟଙ୍କା ଦେବାକୁ ବାଧ୍ୟ କରେ ପ୍ରେମିକାକୁ । ଟଙ୍କା ନଦେଲେ ଭିଡ଼ିଓ ଭାଇରାଲ୍ କରିବାକୁ ଧମକ ଦିଏ ପ୍ରେମିକ । ଏହିପରି କିଛି ଦିନ ଚାଲିବା ପରେ ପ୍ରେମିକା ଟଙ୍କା ଦେବାକୁ ମନା କରିବାରୁ ପ୍ରେମିକ ଉତକ୍ଷିପ୍ତ ହୋଇ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ କୁ ଭାଇରଲ କରିଦେଇଛି । ଏହାକୁ ନେଇ ପ୍ରେମିକାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରେମିକ ଏବେ ଫେରାର ହୋଇ ଯାଇଛି ।