ବିନୟ କ୍ୱାତ୍ୱା ନୂଆ ବିଦେଶ ସଚିବ
ନୂଆଦିଲ୍ଲୀ : ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ବରିଷ୍ଠ ଆଇଏଫ୍ଏସ୍ ଅଫିସର ବିନୟ କ୍ୱାତ୍ରାଙ୍କୁ ପରବର୍ତ୍ତୀ ବିଦେଶ ସଚିବଭାବେ ମନୋନୀତ କରାଯାଇଛି । ସଂପ୍ରତି ଏହି ପଦରେ କାର୍ଯ୍ୟରତ ହର୍ଷବର୍ଦ୍ଧନ ସ୍ରିଙ୍ଗଲା ଚଳିତମାସ ୩୦ରେ ଅବସର ଗ୍ରହଣ କରିବାପରେ ବିନୟ ନୂତନ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡିଛି ।
୧୯୮୮ ବ୍ୟାଚ୍ର ଏହି ଆଇଏଫ୍ଏସ୍ ଅଫିସର ବିନୟ ବର୍ତ୍ତମାନ ନେପାଳରେ ଭାରତର ରାଷ୍ଟ୍ରଦୂତଭାବେ କାର୍ଯ୍ୟ କରୁଛନ୍ତି । ଦୀର୍ଘ ୩୨ ବର୍ଷର କୂଟନୈତିକ କ୍ୟାରିୟରରେ ସେ ୱାଶିଂଟନ, ବେଜିଂ ଓ ପ୍ୟାରିସସ୍ଥିତ ଭାରତୀୟ ଦୂତାବାସରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ କାର୍ଯ୍ୟ କରିସାରିଛନ୍ତି ।