ଚାଲିଗଲେ ଭେଟେରାନ ଅଭିନେତା ବିକ୍ରମ ଗୋଖଲେ

0

ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନରୁ ଅସୁସ୍ଥ ହୋଇ ପୁନେ ସ୍ଥିତି ହସପିଟାଲରେ ଭେଣ୍ଟିଲେଟରରେ ରଖାଯାଇଛି। ବିକ୍ରମଙ୍କର ମଲ୍ଟିଅର୍ଗାନ ଫେଲିଅର ହେବା ଯୋଗୁଁ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

ଡାକ୍ତରଙ୍କ ବହୁ ପରିଶ୍ରମ ପରେ ବି ତାଙ୍କୁ ବଞ୍ଚାଇ ପାରିଲେ ନାହିଁ। ଆଜି ସନ୍ଧ୍ୟା ୪ଟାରେ ତାଙ୍କ ପାର୍ଥିବ ଶରୀରର ଅନ୍ତିମ ଦର୍ଶନ କରାଯିବ । ବିକ୍ରମ ଗୋଖଲେଙ୍କ ମୃତ୍ୟୁ ଖବର ଶୁଣି ଶୋକର ଛାୟା ଖେଳିଯାଇଛି।

ଗତକାଲି ଅଭିନେତାଙ୍କର ଜଣେ ବନ୍ଧୁ ରାଜେଶ ଦାମଲେ କହିଥିଲେ, ବିକ୍ରମ ଗୋଖଲଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିଲା । ଡାକ୍ତର ନିଜ ତରଫରୁ ସମସ୍ତ ଚେଷ୍ଟା ଜାରି ରଖିଥିଲେ । ଡାକ୍ତରଙ୍କ କହିବାନୁଯାୟୀ, ତାଙ୍କ ଶରୀର ଏବେ କୌଣସି ଚିକିତ୍ସାକୁ ଗ୍ରହଣ କରୁନାହିଁ। ଗତ ୨୪ ଘଣ୍ଟା ହେଲାଣି ଜୀବନ ସହିତ ଯୁଦ୍ଧ କରୁଥିଲେ। ମଲ୍ଟିଅର୍ଗାନ ଫେଲିଅର ହେବା ଯୋଗୁଁ ଭେଣ୍ଟିଲେଟରରେ ରହିଥିଲେ। ଡାକ୍ତର ସମସ୍ତ ପ୍ରକାରର ଚେଷ୍ଟା ବଞ୍ଚାଇ ପାରିଲେ ନାହିଁ।

ସୂଚନାଯୋଗ୍ୟ, ପୁଣେର ପଣ୍ଡିତ ଦୀନାନାଥ ମଙ୍ଗେଶକର ଡାକ୍ତରଖାନାର ଆଇସିୟୁରେ ରଖାଯାଇଥିଲା । ହେଲେ ଗତ ୪ ଦିନ ତଳୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଗୁଜବ ପ୍ରଚାରିତ ହୋଇଥିଲା। ଯେଉଁଥିପାଇଁ ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଆଉ ଏହି ଖବରକୁ ଖଣ୍ଡନ କରି ଏକ ଷ୍ଟେଟମେଣ୍ଟ ଜାରି କରିଥିଲେ ତାଙ୍କ ଝିଅ।

Leave a comment