ଭିଜିଲାନ୍ସ ଜାଲରେ ଜିଲ୍ଲା କୃଷି ଅଧିକାରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ମାଲକାନଗିରି ଜିଲ୍ଲା କୃଷି ଅଧିକାରୀ ଏମ୍. ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ କରାଯାଇଛି ଚଢାଉ ।
ପ୍ରକାଶ ଥାଉକି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା କୃଷି ଅଧିକାରୀ ଏମ୍. ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ମାଲକାନଗିରିସ୍ଥିତ ଅଫିସ ସମେତ ସରକାରୀ ବାସଭବନରେ ଚଢାଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଘରୁ କିଛି ନଗଦ ଟଙ୍କା ସହ ସୁନା ଗହଣା ଠାବହୋଇଥିବା ସୂଚନା ମିଳିଛି । ଏବେବି ଜାରି ରହିଛି ଚଢାଉ । ତେବେ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ ସବିଶେଷ ତଥ୍ୟ ହାସଲ ହୋଇନାହିଁ ।