ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆର୍ଟିଓ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆର୍ଟିଓ ଗଣେଶ୍ୱର କହଁର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଣେଶ୍ୱର କହଁରଙ୍କ ଘରେ ଚଢଉ ଚାଲିଛି। ନବରଙ୍ଗପୁରରେ ଥିବା ଗଣେଶ୍ୱରଙ୍କ ଭଡ଼ାଘର ସହ ଅଫିସ, ଫୁଲବାଣୀ, ଭୁବନେଶ୍ୱର, ପାରଳାଖେମୁଣ୍ଡିରେ ଥିବା ଘରେ ମଧ୍ୟ ଜୟପୁର ଭିଜିଲାନ୍ସ ଟିମ୍ ପକ୍ଷରୁ ରେଡ୍ ଚାଲିଛି।
ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ଆର୍ଟିଓ ଗଣେଶ୍ୱରଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ଗଣେଶ୍ୱର ଟଙ୍କା ଫେରାଇବା ପାଇଁ ନିଜ କାର୍ଯ୍ୟାଳୟର ଜଣେ ବ୍ୟକ୍ତିଙ୍କୁ କହୁଥିବା ସାମ୍ନାକୁ ଆସିଥିଲା। ନିଜ କାର୍ଯ୍ୟାଳୟରେ ଜଣେ ବ୍ୟକ୍ତିଙ୍କୁ ସେ ନେଇଥିବା ୧୫ ହଜାର ଟଙ୍କା ଫେରାଇବାକୁ କହୁଥିବା ବେଳେ ନିଜେ ବି ୩୦ ହଜାର ଟଙ୍କା ନେଇଥିବା ସ୍ୱୀକାର କରିଥିଲେ।