ଭିଜିଲାନ୍ସ ଜାଲରେ ଫରେଷ୍ଟର

0

ଓଡିଶା ଫାଷ୍ଟ (ବ୍ୟୁରୋ) : ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ସମ୍ବଲପୁର ଜିଲ୍ଲା ପଡ଼ିଆବହାଲ ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି । ସମ୍ବଲପୁର ଜିଲ୍ଲା ପଡ଼ିଆବହାଲ ଫରେଷ୍ଟ ରେଞ୍ଜର ସରେଶ ଚନ୍ଦ୍ର ମିର୍ଦ୍ଦାଙ୍କ ଘରେ ଭିଜିଲାନ୍ସର ଏକ ଟିମ ଆଜି ଚଢଉ କରିଛି ।  ଏକକାଳୀନ 4 ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏହି ଚଢଉ କରାଯାଇଛି । ଭୋରୁ 6 ଟା 15 ରୁ ଭିଜିଲାନ୍ସର ଟିମ ସୁରେଶଙ୍କ ପୁଟି ବନ୍ଧ ବାସଭବନ, ପୈତୃକ ଗାଁ ସୋନପୁର ଘର, ପଡ଼ିଆବହାଲସ୍ଥିତ ଫରେଷ୍ଟ ରେଞ୍ଜ ଅଫିସ  ଓ ସମ୍ପର୍କୀୟଙ୍କ ଘରେ ଅର୍ଥାତ 4 ଟି ସ୍ଥାନରେ ଏହି ଚଢାଉ କରିଛି । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ଟିମ ପକ୍ଷରୁ ସୁରେଶଙ୍କ ଘରେ ଯାଂଚ ଜାରି ରହିଛି । ତେବେ ଯାଂଚ ବେଳେ ବିଭିନ୍ନ ଜରୁରୀ କାଗଜପତ୍ର ସହ ସୁନାଗହଣା ଭିଜିଲାନ୍ସର ହସ୍ତଗତ ହୋଇଥିବା ଜଣାପଡ଼ିଛି । ତାଙ୍କର 2 ତାଲା ବିଲ୍ଡିଂ ଘର ଯାହାର ତୃତୀୟ ମହଲା କାମ ଚାଲିଛି ।

Leave a comment