ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ। ଭୁବନେଶ୍ବର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ କିରାଣୀ ଉଦୟନାଥ ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଭିଜିଲାନ୍ସ ଟିମ୍ର ଚଢଉ କରିଛି।
ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରହିଥିବା ଜଣାପଡିଛି। ଭୁବନେଶ୍ବର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ, ସୁନ୍ଦରପଦା ଏବରାଙ୍ଗ ସ୍ଥିତ ବାସଭବନ, କେନ୍ଦ୍ରାପଡା ରାଜନଗର ଇନ୍ଦୁଲପୁର ସ୍ଥିତ ପୈତୃକ ଘରେ ଏକକାଳୀନ ଚଢାଉ ଚାଲିଛି ।