ବହିଷ୍କୃତ କନଷ୍ଟେବଲ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁଚର୍ଚ୍ଚିତ ତଥା ଚାକିରୀରୁ ବହିଷ୍କୃତ କନଷ୍ଟେବଲ ପ୍ରସନ୍ନ ବେହେରାଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି । ୫ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢାଉ କରୁଛି । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରୁଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ମନିଷ ହତ୍ୟା ଘଟଣାରେ ଚର୍ଚ୍ଚାକୁ ଆସିଥିବା ସାଉଥ ସିଟି ବାରକୁ ବେଆଇନ ଭାବେ ଚଳାଉଥିବାରୁ କମିଶନରେଟ ପୋଲିସ ପ୍ରସନ୍ନକୁ ଗିରଫ କରିଥିଲା । ତଦନ୍ତ ବେଳେ ପ୍ରସନ୍ନର ଏକଧିକ ବ୍ୟବସାୟୀକ ସଂସ୍ଥା ଓ ବେଆଇନ ସମ୍ପତି ଠୁଳ କରିଥିବା ଜଣାପଡିଥିଲା । ଏହା ପରେ ପ୍ରସନ୍ନ ବିରୋଧରେ ଆୟବର୍ହିଭୂତ ସମ୍ପତି ଠୁଳ ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । ପରେ ଭିଜିଲାନ୍ସ ଘଟଣାର ଅନୁଧ୍ୟାନ କରିବା ପରେ କୋର୍ଟଙ୍କ ସର୍ଚ୍ଚ ୱରେଂଟ ବଳରେ ଆଜି ଚଢାଉ କରିଛି ।

କଳ୍ପନା ଛକରେ ଥିବା କ୍ୱାଟର ନମ୍ବର ଜି-୧୨ ସରକାରୀ ଘର, ଡୁମୁଡୁମୁ ସ୍ଥିତ ସ୍ପାର୍କ ଫର୍ଣ୍ଣିଚର, ଲିଙ୍ଗିପୁର ସନ୍ଥବିହାରସ୍ଥିତ ୱାର୍କସପ, ସାଉଥ ସିଟି ବାର, ଓ ଖୋର୍ଦ୍ଧା ନୂଆପଡାସ୍ଥିତ ପୈତୃକ ଘର ଉପରେ ଭିଜିଲାନ୍ସ ଚଢାଉ କରୁଛି । ଚଢାଉରେ ୨ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି । ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଥିବା ଜଣାପଡିଛି ।

Leave a comment