ତହସିଲଦାରଙ୍କ ବାସଭବନ ସମେତ ଅଫିସ୍ରେ ରେଡ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତିହିଡ଼ି ତହସିଲରେ ଭିଜିଲାନ୍ସ ଟିମ୍ । କଟକ ଭିଜିଲାନ୍ସ ପକ୍ଷରୁ ଟିମ୍ ଚଢାଉ କରିଥିବା ସୂଚନା । ତହସିଲଦାର ରମେଶ ପଣ୍ଡାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢାଉ ହୋଇଥିବା ସୂଚନା । ବସୁନ୍ଧରା ଯୋଜନାରେ ଅନିୟମିତତାକୁ ନେଇ ଚଢାଉ ହୋଇଥିବା ସୂଚନା । ବସୁନ୍ଧରା ସ୍କିମରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ ମାମଲା ଆଜି ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା । ଭୁବନେଶ୍ୱର, କଟକ, ଭଦ୍ରକ ଓ ଜଗତସିଂହପୁରର ଆଦି ଜିଲ୍ଲାର ଚଢାଉ ଜାରି ରହିଛି। ଏହିକ୍ରମରେ ଆଜି ଭଦ୍ରକ ତିହିଡ଼ି ତହସିଲରେ ଚଢାଉ କରିଛି ଭିଜିଲାନ୍ସର ଏକ ଟିମ୍ । ତହସିଲଦାର ରମେଶ ପଣ୍ଡାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢାଉ ହୋଇଥିବା ସୂଚନା ।