ନୟାଗଡ଼ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୫ଟି ର ପ୍ରଭାବ ଏବେ ସବୁ କାର୍ଯ୍ୟାଳୟରେ ଦେଖବାକୁ ମିଳୁଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ଭିଜିଲାନ୍ସ କାର୍ଯ୍ୟାଳୟ ମଧ୍ୟ ଅଧିକ ତତ୍ପର ହୋଇଉଠିଛି । ଆଜି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଏମ୍ଆଇ ଡିଭିଜନର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ନିଜ କୁମାର ସୁବୁଦ୍ଧିଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି।
ସୂଚନା ଅନୁଯାୟୀ, ଭିଜିଲାନ୍ସ ଟିମ ଏକା ସାଙ୍ଗରେ ନୟାଗଡ଼ ଏମ୍ଆଇ କାର୍ଯ୍ୟାଳୟ,ସରକାରୀ କ୍ୱାର୍ଟର୍ସ ଓ ଭୁବନେଶ୍ୱର ସ୍ଥିତ ନିଜ ଘର, ପୁରୀ ଆଦି ୮ଟି ସ୍ଥାନରେ ଚଢ଼ଉ କରିଛି । ବିନୟ ନୟାଗଡ଼ରେ ଅନେକ ଦିନ ହେବ କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି । ଭୁବନେଶ୍ୱର ଏବଂ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ ଏହି ଚଢ଼ଉ ଜାରିରହିଛି ।