ବିଦୁର ନୀତି:ଏହି ୩ଟି ଖରାପ ଅଭ୍ୟାସ ଥିବା ବ୍ୟକ୍ତି ଘରେ ଓ ବାହାରେ ସମ୍ମାନ ହରାଇଥାନ୍ତି

ବ୍ୟକ୍ତିକୁ ସର୍ବଦା ଏପରି କାର୍ଯ୍ୟ କରିବା ଆବଶ୍ୟକ ଯାହାଦ୍ୱାରା ତାକୁ ପ୍ରଶଂସା ଓ ସମ୍ମାନ ମିଳିବା ଆବଶ୍ୟକ l ମଣିଷ ସବୁବେଳେ ନିଜର ଗୁଣ ଓ ବ୍ୟକ୍ତିତ୍ୱ କୁ ନେଇ ପ୍ରସିଦ୍ଧ ହୋଇଥାଏ l ଯେଉଁ ମଣିଷ ନିଜର ଖରାପ ଓ ଭଲ ଗୁଣକୁ ତ୍ୟାଗ କରିଥାଏ ସେ ସବୁବେଳେ ସବୁ ସ୍ଥାନରେ ସମ୍ମାନ ର ହକଦାର ହୋଇଥାଏ l
* ଆଳସ୍ୟ – ମଣିଷ ସର୍ବଦା ଆଳସ୍ୟ ଠାରୁ ଦୁରେଇ ରହିବା ଆବଶ୍ୟକ l କାରଣ ଅଳସୁଆ ବ୍ୟକ୍ତି ନିଜର କର୍ମ ଠାରୁ ଦୁରେଇ ରହିବାକୁ ପସନ୍ଦ କରିଥାଏ l ଏପରି ବ୍ୟକ୍ତିକୁ ଉଭୟ ଘରେ ଓ ବାହାରେ କେହି ପସନ୍ଦ କରି ନଥାଆନ୍ତି l ତେଣୁ ମଣିଷ ସବୁବେଳେ ନିଜର କର୍ତବ୍ୟ ପ୍ରତି ନିଷ୍ଠାବାନ ହେବା ଉଚିତ l ଅଳସୁଆ ବ୍ୟକ୍ତି ସବୁବେଳେ ସଫଳତା ର ଖୁବ ଦୂରରେ ରହିଯାଏ l ଅଳସୁଆ ବ୍ୟକ୍ତିକୁ ଘରେ ମଧ୍ୟ ସମ୍ମାନ ମିଳି ନଥାଏ l
* ମିଛୁଆ ବ୍ୟକ୍ତି – ମିଛୁଆ ଲୋକଙ୍କୁ ସମ୍ମାନ ମିଳିନଥାଏ l ମିଛ କହିବା ଖୁବ ପାପ ଅଟେ l ମିଛୁଆ ବ୍ୟକ୍ତି ସବୁବେଳେ ନିଜର ଭୁଲ କୁ ଲୁଚାଇବା ପାଇଁ ଅନ୍ୟକୁ ମିଛ କହିବାକୁ ଚେଷ୍ଟା କରିଥାଏ l ମିଛୁଆ ବ୍ୟକ୍ତି ସବୁବେଳେ ନିଜର ସ୍ୱାର୍ଥ ତୁଲାଇବା ପାଇଁ ମିଥ୍ୟାର ସାହାରା ନେଇଥାଏ l ଏପରି ଲୋକ ସମ୍ମାନ ଲାଭ କରିବା ପାଇଁ ଯୋଗ୍ୟ ହୋଇ ନଥାଏ l କାରଣ କୌଣସି ବ୍ୟକ୍ତି ସ୍ୱାର୍ଥପର ଓ ମିଛୁଆ କୁ ପସନ୍ଦ କରନ୍ତି ନାହିଁ l
* ଧୋକା – ଧୋକା ଦେବା ସବୁଠୁ ବଡ଼ ପାପ ଅଟେ l ଧୋକା ଦେଉଥିବା ବ୍ୟକ୍ତି ସବୁବେଳେ ନିଜର ହିତ ବିଷୟରେ ଧ୍ୟାନ ରଖିଥାଏ l ଯେଉଁ ବ୍ୟକ୍ତି ଲୋଭି ଅଟେ ସେହିଁ ଧୋକା ଦେଇଥାଏ l ଯେପରି ଲୋଭି ଲୋକର ଆଶା ପୁରାଣ ହେବା ପାଇଁ ସେ କଳ ବଳ ଓ କୌଶଳ ପ୍ରୟୋଗ କରିଥାଏ ସେହିଭଳି ଧୋକା ଦେଉଥିବା ବ୍ୟକ୍ତି ମଧ୍ୟ ନିଜର ସମସ୍ତ ବୁଦ୍ଧି ପ୍ରୟୋଗ କରିଥାଏ l ଏପରି ବ୍ୟକ୍ତି ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ଧୋକା ଦେବାକୁ ପଛାନ୍ତି ନାହିଁ l ତେଣୁ ଏଭଳି ବ୍ୟକ୍ତି ସମ୍ମାନ ପାଇବା ପାଇଁ ଯୋଗ୍ୟ ନୁହନ୍ତି l