ଛତିଶଗଡ଼ ନକ୍ସଲ ଆକ୍ରମଣରୁ ଜୀବନ୍ତ ଫେରିଆସିଥିବା ସାମ୍ବାଦିକଙ୍କ ସେହିମୁହୂର୍ତ୍ତର ଦେଖନ୍ତୁ ଭିଡ଼ିଓ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନକ୍ସଲ ଅଞ୍ଚଳରେ ଜୀବନର ବାଜି ଲଗାଇ ସାମ୍ବାଦିକ ଖବର ସଂଗ୍ରହ କରିବାକୁ ପଛଘୁଞ୍ଚା ଦେଇନଥାଏ । ତାହାର ଜ୍ୱଳନ୍ତ ପ୍ରମାଣ ମିଳିଛି ଗତକାଲି ନକ୍ସଲ ଗୁଳିରେ ଟଳି ପଡିଥିବା ଦୂରଦର୍ଶନର କ୍ୟାମେରାପର୍ସନ ବଲାଙ୍ଗିରର ଅଚ୍ୟୁତାନନ୍ଦ ସାହୁଙ୍କ ପରିପ୍ରେକ୍ଷୀରେ ।
ସୂଚନା ଅନୁଯାୟୀ, ଛତିଶଗଡ଼ ରେ ହେବାକୁ ଥିବା ଆସନ୍ତା ନିର୍ବାଚନ କୁ ଦୃଷ୍ଟିରେ ରଖି ଜଣେ ଦୂରଦର୍ଶନ ନ୍ୟୁଜ୍ ଟିମ୍ର ଲାଇଟ୍ମ୍ୟାନ୍ ଓ ଜଣେ କ୍ୟାମେରାପର୍ସନ ଖବର ସଂଗ୍ରହ କରିବାକୁ ଯାଇଥିଲେ । ସେମାନଙ୍କ ସହ ଦୁଇଜଣ ସୁରକ୍ଷାକର୍ମୀ ମଧ୍ୟ ଥିଲେ । ଛତିଶଗଡ଼ ଦାନ୍ତେଓ୍ଵାଡା ଜଙ୍ଗଲ ନିକଟରେ ହଠାତ ନକ୍ସଲମନେ ଗୁଳି ବର୍ଷା କରିବାକୁ ଲାଗିଲେ । ସୁରକ୍ଷାକର୍ମୀ ମାନେ ମଧ୍ୟ ଗୁଳି ଚଳାଇଥିଲେ । ମାତ୍ର ଦୁଇଜଣ ସୁରକ୍ଷକର୍ମୀ ଙ୍କ ସେହି ସ୍ଥାନରେ ମୃତ୍ୟୁ ହୋଇଥିବା ବେଳେ । କ୍ୟାମେରାପର୍ସନ ଅଚ୍ୟୁତାନନ୍ଦ ସାହୁଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେବା ବେଳେ ରାସ୍ତାରେ ମୃତ୍ୟୁ ଘଟିଥିଲା । ଗୁଳିବିନିମୟ ସମୟରେ ଆହତ ହୋଇ ବଞ୍ଚିଯାଇଥିବା ଦୂରଦର୍ଶନ ନ୍ୟୁଜ୍ ଟିମ୍ର ଲାଇଟ୍ମ୍ୟାନ୍ ମୋରମୁକୁଟ୍ ଏକ ଭୟଙ୍କର ଭିଡିଓ ସୋସିଆଲ୍ ମିଡ଼ିଆରେ ଛାଡ଼ିଛନ୍ତି । ନିଜ ମୋବାଇଲ କ୍ୟାମେରାରେ ଏହି ଲୋମହର୍ଷଣକାରୀ ଭିଡ଼ିଓ କୁ ସେ ସୁଟ କରିଥିଲେ । ଯାହାକି ଏବେ ଭାଇରଲ ହୋଇଛି । ଏହି ଭିଡ଼ିଓ କୁ ଦେଖିଲା ପରେ ସାମ୍ବାଦିକମାନେ କିଭଳି ପରିସ୍ଥିତିରେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ତାକୁ ନେଇ ଜନସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ।