କରୋନାରେ ସମ୍ବାଦିକଙ୍କ ମୃତ୍ୟୁ ହେଲେ ୧୫ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଉପଦେଷ୍ଟା ମାନସଙ୍କ ଭିଡ଼ିଓ ବାର୍ତ୍ତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ଯୋଗୁଁ ସାରା ବିଶ୍ୱରେ ଏକ ବିରାଟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଛି । ଏହି ପରିପେକ୍ଷିରେ କରୋନା ଭାଇରସ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏଭଳି କଠିନ ପରିସ୍ଥିତିରେ ମଧ୍ୟ ସାମ୍ବାଦିକମାନେ ନିଷ୍ଠାର ସହିତ ସେମାନଙ୍କ ଦାୟିତ୍ୱ ନିର୍ବାହ କରି ଚାଲିଛନ୍ତି । ତେଣୁ କାର୍ଯ୍ୟରତ ସାମ୍ବାଦିକ ମାନେ ଯଦି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରନ୍ତି , ତେବେ ସେମାନଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ଏହାକୁ ନେଇ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି ।

ସୂଚନା ଅନୁଯାୟୀ, ଶ୍ରୀ ମଙ୍ଗରାଜ ଜଣେ ସାମ୍ବାଦିକ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଜଣେ ସଫଳ ସାମ୍ବାଦିକ ଭାବେ ସୁନାମ ଅର୍ଜନ କରିଥିବା ଶ୍ରୀ ମଙ୍ଗରାଜ ପରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ସମ୍ପ୍ରତି ସେ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଅଛନ୍ତି । ସାମ୍ବାଦିକ ମାନଙ୍କର ବିକାଶ ଓ ଉନ୍ନତି ପାଇଁ ସେ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି ।ସେଥିପାଇଁ ଓଡିଶା ୱେବ ସାମ୍ବାଦିକ ସଂଘର ସଭାପତି ସମର ପ୍ରଧାନ, ସମ୍ପାଦକ ଶୁଭ୍ରାଂଶୁ ପଣ୍ଡା, ଉପସଭାପତି ମାନସ ମହାପାତ୍ର, ଯୁଗ୍ମ ସମ୍ପାଦକ ବିଦ୍ୟାଧର ପାତ୍ର ଓ କୋଷାଧ୍ୟକ୍ଷ ଜିତେନ୍ଦ୍ର ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a comment