ବର୍ଷା ପାଇଁ ବଢିଲା 50 ଛୁଇଲା ପରିବା ଦର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆକାଶ ଛୁଆଁ ହୋଇଛି ପରିବା ଦର । କରୋନା ପରେ ସ୍ଥିତି ନ ସୁଧୁରିଥିବା ବେଳେ ଏବେ ଲଗାଣ ବର୍ଷାରେ ବେହାଲ ହେଲେଣି ଲୋକେ । ଲଗାଣ ବର୍ଷା ଯୋଗୁଁ ନିୟନ୍ତ୍ରଣ ବାହାରେ ପନିପରିବା ଦର । ଚାଷ ଜମିରେ ପାଣି ପଶି ସବୁ ଫସଲ ଉଜାଡ଼ି ଦେଇଛି । ବର୍ଷା ଯୋଗୁଁ ବିଲରୁ ଫସଲ ଆସି ପାରୁ ନଥିବାରୁ ମୁଲ୍ୟ ବୃଦ୍ଧି ପାଉଥିବା କହିଛନ୍ତି ବ୍ୟବସାୟୀ । ଏହି କାରଣରୁ ପରିବା ଦର ଦିନକୁ ଦିନ ବୃଦ୍ଧି ପାଇବାରୁ ଚିନ୍ତାରେ ଖାଉଟି ।
ସେପଟେ ଫସଲ ଅମଳ ହୋଇନପାରି ବିଲରେ ହିଁ ପଚିସଢି ଯାଉଥିବାରୁ ମୁଣ୍ଡରେ ହାତ ଦେଇଛନ୍ତି ଚାଷୀ । ବନ୍ୟା ପରେ ଧୀରେ ଧୀରେ ସୁଧୁରୁଥିଲା ପରିସ୍ଥିତି । ହେଲେ ଲଘୁଚାପ ବର୍ଷା ପୁଣି ବଢାଇଛି ସମସ୍ୟା । ବିଲରୁ ପରିବା ଅମଳ ହୋଇପାରୁ ନଥିବାରୁ ପରିବା ଦର ଆକାଶ ଛୁଆଁ ହେଲାଣି । ସେହିପରି କିଛିଦିନ ତଳେ ନାସିକରୁ ଲଗାଣ ବର୍ଷା ଯୋଗୁଁ ସେଠାରୁ ପିଆଜ ଆମଦାନୀ ହୋଇପାରୁ ନଥିବା ତେଣୁ ପିଆଜ ଦର ବୃଦ୍ଧି ପାଇଥିବା କହିଥିଲେ ବ୍ୟହବସାୟୀ । ଅନ୍ୟପଟେ କଲରା, ପୋଟଳ, ବାଇଗଣ, ବିଲାତିର ମୂଲ୍ୟ କେଜି ପିଛା ୫୦ ରୁ ୬୦ ଟଙ୍କା ହୋଇ ଥିବା ବେଳେ ଛୁଇଁ କ୍ୟାପସିକମ ର ମୂଲ୍ୟ ୧୦୦ ଟଙ୍କା ପାର । ଯାହାକୁ ଚିନ୍ତାରେ ଖାଉଟି । ଆଗାମୀ ୬ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଫଳରେ ଖାଉଟିଙ୍କ ଚାହିଦା ଅନୁଯାଇ ପରିବା ବଜାର କୁ ଆସିବା ପାଇଁ ଏକ ସପ୍ତାହ ସମୟ ଲାଗିପାରେ।