ବରୁଣ ଓ ନତାଶା ଏବେ ପତିପତ୍ନୀ, ବିବାହ ଭୋଜି ଜାନୁଆରି ୨୬ରେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ଆଲିବାଗ୍ସ୍ଥିତ ‘ଦି ମାନ୍ସନ୍ ହାଉସ୍’ ବାହାରେ ବିବାହ କରାଇବାକୁ ଯାଇଥିବା ପୁରୋହିତମାନଙ୍କର ମଧ୍ୟ ଫଟୋ ଉତ୍ତୋଳନ କରାଯାଇଥିଲା। ପରିବାରର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ବରୁଣ ଓ ନତାଶା ବିବାହ କରିଥିଲେ। ଏହି ବିବାହ ଉତ୍ସବରେ କରଣ ଜୋହର, ମନୀଷ ମାଲହୋତ୍ରା, ଜୋଆ ମୋରାନି ଏବଂ କୁନାଲ କୋହଲିଙ୍କ ଭଳି ସେଲିବ୍ରିଟିମାନେ ମଧ୍ୟ ଯୋଗ ଦେଇଥିବା ଜଣାପଡ଼ିଛି। ବିବାହ ପୂର୍ବରୁ ବରୁଣ ତାଙ୍କ ବନ୍ଧୁମାନଙ୍କ ସହ ‘ବ୍ୟାଚ୍ଲର୍ ପାର୍ଟି’ରେ ଯୋଗ ଦେଇଥିବା କଥା ବିଭିନ୍ନ ଫଟୋରେ ଦେଖାଯାଇଥିଲା। ପ୍ରାପ୍ତ ସୂଚନା ଅନୁସାରେ, ଆଲିବାଗ୍ରେ ତାଙ୍କ ବନ୍ଧୁମାନେ ଆୟୋଜନ କରିଥିବା ‘ବ୍ୟାଚ୍ଲର୍ ପାର୍ଟି’କୁ ଯିବା ବାଟରେ ବରୁଣଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କିନ୍ତୁ, ଦୁର୍ଘଟଣାଟି ସାମାନ୍ୟ ଥିବାରୁ ସେଥିରେ କେହି ଆହତ ହୋଇ ନ ଥିଲେ। ବରୁଣ ଓ ନତାଶାଙ୍କ ବିବାହ ଭୋଜି ଜାନୁଆରି ୨୬ ତାରିଖରେ ଆୟୋଜନ କରାଯିବ।