ବାଜପେୟୀଙ୍କ ଅସ୍ଥି ୨୩ ତାରିଖରେ ପୁରୀରେ ବିସର୍ଜିତ ହେବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମଗ୍ର ଦେଶବାସୀ ଙ୍କ ପ୍ରିୟ ନେତା ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ତାଙ୍କ ପାଳିତ କନ୍ୟା ନମିତା ରବିବାର ଉତ୍ତରାଖଣ୍ଡସ୍ଥିତ ହରିଦ୍ୱାରରେ ଗଙ୍ଗାନଦୀରେ ବିସର୍ଜନ କରିଛନ୍ତି । ହରିଦ୍ୱାରରେ ତାଙ୍କ ଅସ୍ଥି ବିସର୍ଜନ ସମୟରେ ଅମିତ ଶାହା ସମେତ ବିଜେପିର ଅନେକ ବରିଷ୍ଠ ନେତା ସେଠାର ଉପସ୍ଥିତ ଥିଲେ। ଦେଶର ୧୦୦ରୁ ଅଧିକ ନଦୀରେ ବାଜପେୟୀଙ୍କ ଚିତାଭସ୍ମକୁ ବିସର୍ଜନ କରାଯିବ ।

ସୂଚନା ଅନୁଯାୟୀ, ବାଜପେୟୀଙ୍କ ଅସ୍ଥି ଆସନ୍ତା ୨୩ ତାରିଖରେ ପୁରୀ ସମୁଦ୍ରରେ ବିସର୍ଜନ କରାଯିବ । ୨୨ ତାରିଖରେ ବାଜପେୟୀଙ୍କ ଅସ୍ଥି ଓଡିଶା ଆସିବ । ଅସ୍ଥି ବିସର୍ଜନ ପୂର୍ବରୁ ସାଧାରଣ ଲୋକ ଙ୍କ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପାଇଁ ଏହାକୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରଖାଯିବ । ୨୩ ତାରିଖ ଦିନ ଏକ ବିଶାଳ ଶୋଭାଯାତ୍ରାରେ ବାଜପେୟୀଙ୍କ ଅସ୍ଥିକୁ ଭୁବନେଶ୍ୱରରୁ ପୁରୀ ନିଆଯିବ । ଏକ ଖୋଲା ସୁସଜ୍ଜିତ ଟ୍ରକରେ ଅଟଳଙ୍କ ଅସ୍ଥିକୁ ପୁରୀ ସମୁଦ୍ରକୁ ନିଆଯିବାର କାର୍ଯ୍ୟକ୍ରମ ରହିଛି ।

Leave a comment