ବିରୋଧୀଙ୍କ ମହାମେଳି, ମୋଦି ସରକାରଙ୍କ ଡେଟ୍ ଏକ୍ସପାଏରୀ ହୋଇଯାଇଛି : ମମତା

0

ଓଡ଼ିଶାଫାଷ୍ଟ(ବ୍ୟୁରୋ): ‘ଦିଲ୍ଲୀ ମେଁ ସରକାର ବଦଲ ଦୋ’ ନାରା ଆଧାରରେ ଭାଜପା ବିରୋଧରେ ମେଳି ବାନ୍ଧିଛନ୍ତି ବିରୋଧୀ । ଏହି ମହା ଗଠବନ୍ଧନରେ ସାମିଲ ହୋଇଛନ୍ତି ୨୩ଟି ରାଜନୈତିକ ଦଳ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଶନିବାର କୋଲକାତାରେ ଆୟୋଜିତ ୟୁନାଇଟେଡ୍ ଇଣ୍ଡିଆ ରାଲିରେ ପ୍ରମୁଖ ଦଳଗୁଡିକର ହାଇକମାଣ୍ଡମାନେ ଯୋଗ ଦେଇଥିଲେ । ଏହି ଅବସରରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା । ବିରାଟ ସମାବେଶରେ ମୋଦୀ ବିରୋଧୀ ନେତାମାନେ କେନ୍ଦ୍ର ସରକାରଙ୍କୁ ବହୁ ସମାଲୋଚନା କରିଥିଲେ । ଏହି ଅବସରରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ,
ମୋଦି ସରକାରଙ୍କ ଡେଟ୍ ଏକ୍ସପାଏରୀ ହୋଇଯାଇଛି । ଏଠାରେ ଭାଜପା ନେତା ଶତ୍ରୁଘ୍ନ ସିହ୍ନା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ ସିହ୍ନା ଓ ଅରୁଣ ସୌରୀ ମଧ୍ୟ ଯୋଗଦେଇ କେନ୍ଦ୍ର ସରକାର ବିରୋଧରେ ବର୍ଷିଥିଲେ । ଏଥିସହ ତିନି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଅରବିନ୍ଦ କେଜ୍ରିୱାଲ ଓ ଏଚ୍.ଡି. କୁମାରସ୍ୱାମୀଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି ଦେବଗୌଡା, ତିନି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ଓମାର ଅବଦୁଲ୍ଲା ଓ ଫାରୁକ୍ ଅବଦୁଲ୍ଲା ଏବଂ ଡିଏମ୍‌କେ ସୁପ୍ରିମୋ ଷ୍ଟାଲିନ୍ ଯୋଗ ଦେଇଥିଲେ । ରାହୁଲ ଗାନ୍ଧି ଓ ବିଏସପି ସୁପ୍ରିମୋ ମାୟାବତୀ ଏହି ସମାବେଶରେ ଯୋଗ ଦେଇନଥିଲେ ମଧ୍ୟ ସେମାନଙ୍କ ପ୍ରତିନିଧି ପଠାଇଥିଲେ । କିନ୍ତୁ  ବିଜେଡି ସମେତ ଏଆଇଏଡିଏମକେ, ଟିଆରଏସ ୱାଇଏସଆର କଂଗ୍ରେସ ଓ ବାମ ଦଳ ଏହି ମହା ଗଠବନ୍ଧନରେ ସାମିଲ ହୋଇନାହାନ୍ତି ।

Leave a comment